ବୁଗୁଡ଼ା ମେଡ଼ିକାଲରେ ଟୀକାକରଣ ଆରମ୍ଭ, ପ୍ରଥମ ଦିନରେ ଟିକନେଲ ୬୦ ଜଣ ।

0
147

ବୁଗୁଡା, ୧୮/୦୧/୨୦୨୧: ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜାନୁୟାରୀ ୧୮ ତାରିଖ ଦିନ କୋଭିଡ ଟୀକାକରଣ ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ଡାକ୍ତର ମିନାକ୍ଷୀ ବିଷୋୟୀ ଉଦଘାଟନ କରିଥିଲେ। ବୁଗୁଡାକୁ ୩୦୦ ଡୋଜ ଟୀକା ଆସିଥିବା ବେଳେ ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟୀକା ଦିଆଯାଇଛି। ବୁଗୁଡ଼ାରେ ପ୍ରଥମ ଟୀକା ଡାକ୍ତର ସାର୍ଥକ ସଙ୍କେତ ବିଶ୍ୱାଳଙ୍କୁ ପ୍ରଦାନ କରାଯାଇ ଥିବା ବେଳେ ମୋଟ ୬୦ ଜଣ କରୋନା ଯୋଦ୍ଧାଙ୍କୁ ଟୀକା ଦିଆଯାଇଛି। ସେମାନେ ହେଲେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୪ ଜଣ ଡାକ୍ତର, ଆରବିଏସକେର ଦୁଇ ଡାକ୍ତରଙ୍କ ସହ ୬ ଜଣ, ଷ୍ଟାଫ ନର୍ସ ୩ ଜଣ, ମେଡ଼ିକାଲର ଅନ୍ୟାନ୍ୟ କର୍ମଚାରୀ ୭ ଜଣ, ସୁଇପର ୪ ଜଣ, ଡ୍ରାଇଭର ୪ ଜଣ, ସିକ୍ୟୁରିଟ ଗାର୍ଡ ୧ ଜଣ ଓ ଆଶ କର୍ମୀ ୩୧ ଜଣ। ଏହି ଟୀକା ଦେବା କାର୍ଯ୍ୟ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଚାଲିଥିବା ବିପିଏମ ବିଶ୍ଵଜିତ ପ୍ରଧାନ ପ୍ରକାଶ କରିଛନ୍ତି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here