ବ୍ରହ୍ମପୁର,୧୯/୦୧/୨୦୨୧(ବ୍ୟୁରୋ ରିପୋର୍ଟ)ଆଜି ସହର ଉପକଣ୍ଠ ନିମଖଣ୍ଡିଠାରେ ପଦ୍ମାଳୟା ମହିଳା ସଂଗଠନ ନିଜସ୍ବ କାର୍ଯ୍ୟାଳୟଠାରେ ଏକ ଏମ୍ରୋଡିଂ କ୍ରାଫ୍ଟ ଶିକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦଘାଟକ ରୂପେ
ହସ୍ତକଳା ପ୍ରୋଜେକ୍ଟ ଅଫିସର ଶ୍ରୀ ଉମାପତି ବେହେରା ସମ୍ମାନନୀୟ ଅତିଥି ରୂପେ ଆଇ.ପି.ଓ ,
ଡି.ଆଇ.ସି ଶ୍ରୀ ପ୍ରିୟାଶୁ ପଟ୍ଟନାୟକ,ସଖି କାଉନସିଲିର ଶ୍ରୀମତୀ ଅରୁଣୀ ନାୟକ,ମୁଖ୍ୟ ବକ୍ତା ଭାବେ ସଖୀର ଆଇନ ସହାୟକ ଶ୍ରୀମତୀ ସ୍ନେହମୟୀ ପାଢ଼ୀ ଯୋଗ ଦେଇଥିବା ବେଳେ କୁକୁଡ଼ା ଖଣ୍ଡି ବ୍ଲକ ଉପାଧ୍ୟକ୍ଷା ଭାବେ ଶ୍ରୀମତୀ ଲଷ୍ମୀ ପ୍ରିୟା ସାହୁ ଏବଂ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଦିଲୀପ କୁମାର ପାତ୍ର ଯୋଗ ଦେଇଥିଲେ । ଏହି ସଭାରେ ସଭାପତିତ୍ୱ କରି ଥିଲେ ପୂର୍ବତନ ସରପଞ୍ଚ ତଥା ବ୍ଲକ ଉପାଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ସଭ୍ୟା ଏବଂ ଉକ୍ତ ଅନୁଷ୍ଠାନର ସଭାନେତ୍ରୀ ସମାଜସେବୀ ସୁକାନ୍ତି ସାହୁ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଏମ.ସି.ଏମ ର ସଭ୍ୟା ଶ୍ରୀମତୀ ସ୍ନେହଲତା ସାହୁ। ଏହି ଏମ୍ରୋଡିଂ କ୍ରାଫ୍ଟ ତାଲିମ ଆଜି ଠାରୁ ଦୀର୍ଘ ଛ ମାସ ଧରି ଚାଲିବ। ଏହି ତାଲିମ ଡି.ଆଇ.ସି ପକ୍ଷରୁ ନାରୀ ସଶସ୍ତ୍ରୀକାରଣ ତଥା ନାରୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏକ ପଦକ୍ଷେପ ହେବ ବୋଲି ସଂଗଠନ ସଦସ୍ଯା ମନେ ଆଶାବ୍ୟକ୍ତ କରିଛନ୍ତି।
Home ବ୍ରହ୍ମପୁର ସ୍ପେଶାଳ ପଦ୍ମାଳୟା ମହିଳା ସଙ୍ଗଠନ କାର୍ଯ୍ୟାଳୟ ଠାରେ ଏମ୍ରୋଡିଂ କ୍ରାଫ୍ଟ ଶିକ୍ଷା ଶିବିରର ଶୁଭାରମ୍ଭ