ଶ୍ରୀ ରାମ ଜନ୍ମଭୂମି ଭବ୍ୟ ମନ୍ଦିର ନିର୍ମାଣ ନିଧି ସଂଗ୍ରହ ଅଭିଯାନ ।

0
147

ବ୍ରହ୍ମପୁର,୧୯/୦୧/୨୦୨୧: ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ନିମନ୍ତେ ନିଧି ସଂଗ୍ରହ ଅଭିଯାନ ଜାନୁଆରୀ ୧୫ ଠାରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଅଭିଯାନ ଇତିମଧ୍ୟରେ ଶେରଗଡ ଖଣ୍ଡ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଶୌଜନ୍ୟରୁ ଆରମ୍ଭ ହୋଇଯାଇଛି । ରାଷ୍ଟ୍ରୀୟ ସ୍ବୟଂ ସେବକ କାର୍ଯ୍ୟକର୍ତ୍ତା ସମୂହ ଅଞ୍ଚଳର ବିଭିନ୍ନ ଗ୍ରାମ ପରିକ୍ରମା କରିବା ସହିତ ସ୍ଵତନ୍ତ୍ର ପ୍ରଚାର ରଥ ମାଧ୍ୟମରେ ଗାଁ ଗାଁରେ ଶ୍ରୀରାମ ଅନୁରାଗୀଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ । ନିଧି ସଂଗ୍ରହ ରଥକୁ ପ୍ରତି ଗ୍ରାମରେ ଭାବାବେଗ ପୁର୍ଣ୍ଣ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଥିବା ସହ ରାମ ନାମ କୀର୍ତ୍ତନ ସହ ଅଭିଯାତ୍ରୀଙ୍କୁ ଭକ୍ତିର ସହିତ ଗ୍ରାମ ପରିକ୍ରମା କରାଉଥିବା ଦେଖିବାକୁ ମିଳିଥିଲା । ଗ୍ରାମ ପରିକ୍ରମା ସହ ଅଭିଯାତ୍ରୀ ସେବକ ସମୂହ ଘରଘର ବୁଲି ଗୃହକର୍ତାଙ୍କୁ ଶ୍ରୀ ରାମ ମନ୍ଦିର ଜନିତ ଦାନ ପାଣ୍ଠିର ଆବଶ୍ୟକତା ଓ ମନ୍ଦିର ନିର୍ମାଣରେ ଭାଗିଦାରୀ ନେଇ ଅନୁପ୍ରାଣିତ କରିଥିଲେ । ଆଧ୍ୟାତ୍ମିକ ପରିବେଶ ଭାବ ସହ ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇ ଦାନ ସଂଗ୍ରହ କରାଯାଇଥିଲା । ପରିକ୍ରମଣରେ ଟୁଙ୍ଗୁରୁ ସ୍ୱାଇଁ , ପିଣ୍ଟୁ ସ୍ୱାଇଁ , ସୋମନାଥ ସ୍ଵାଇଁ , ଭାସ୍କର ସ୍ଵାଇଁ , କୃଷ୍ଣ ଚନ୍ଦ୍ର ସୁଆଁସିଆ , ମିଟୁ ମଲିକ , ମଙ୍ଗୁଳୁ ସ୍ୱାଇଁ , ଗୋଲକ ବିହାରୀ ପରିଡା , କାହ୍ନୁ ସ୍ଵାଇଁ , ନିରାକାର ମହାନ୍ତି , ତପନ କୁମାର ରଥ , କାଳିଆ ସ୍ଵାଇଁ ପ୍ରମୁଖ ଆଜି ଶେରଗଡ ବ୍ଲକ୍ ଅନ୍ତର୍ଗତ କୁରୁଳା , ମହିର କଣା , ଗୌଡପଲି , ଖଇରବେଠି , ଅଲାରିଗଡ, ଲକ୍ଷ୍ମୀପୁର , ନଈବନ୍ଧ ଆଡି ୨୫ ରୁ ଉର୍ଦ୍ଧ୍ବ ଗ୍ରାମ ପରିକ୍ରମା କରିବା ସହିତ ଶ୍ରୀ ରାମ ଜନ୍ମଭୂମି ଅଯୋଧ୍ୟାରେ ରମାଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ କରିଥିଲେ ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here