କଟକ, ୧୯/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ରାଜ୍ୟ ସରକାର ଆସନ୍ତା କାଲିଠାରୁ କ୍ୟାନ୍ସର ରୋଗୀଙ୍କ ପେଟ୍ ସିଟିସ୍କାନ ଖର୍ଚ୍ଚ ବହନ କରିବେ। ଏନେଇ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।
ଖବର ଅନୁଯାୟୀ କଟକ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ପେଟ୍ ସିଟି ସ୍କାନ ମେସିନ ନାହିଁ। ଏଥିପାଇଁ ରୋଗୀଙ୍କୁ ଅନ୍ୟତ୍ର ଯାଇ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା। ଜଣେ କ୍ୟାନସର ରୋଗୀ ହାଇକୋର୍ଟରେ ଏନେଇ ମାମଲା କରିବାରୁ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।ସୂଚନାଯୋଗ୍ୟ କ୍ୟାନସରର ଏକ ଭୟାନକ ରୋଗ। ଏହାର ଚିକିତ୍ସା ବ୍ୟୟବହୁଳ ହୋଇଥିବାରୁ ଜଣେ ସାଧାରଣ ରୋଗୀ ପକ୍ଷେ ଏହା ସମ୍ଭବ ହୋଇନଥାଏ। ରୋଗର ଉତ୍ତମ ଚିକିତ୍ସା ପାଇଁ ଅଧିକଂଶ ଲୋକଙ୍କ ପାଖରେ ଆବଶ୍ୟକ ଅର୍ଥ ନଥାଏ। ଓଡ଼ିଶା ହାଇକୋର୍ଟଙ୍କ ରାୟ ଏକ୍ଷେତ୍ରରେ ଅସାହାୟ କ୍ୟାନ୍ସର ରୋଗୀଙ୍କ ପାଇଁ ସହାୟକ ହୋଇପାରିବ।
Home ବ୍ରହ୍ମପୁର ସ୍ପେଶାଳ ପେଟ୍ ସିଟିସ୍କାନ ପାଇଁ ଖର୍ଚ୍ଚାନ୍ତ ହେଉଥିବା ରୋଗୀଙ୍କ ପାଇଁ ଆଶ୍ୱସ୍ତି, କାଲିଠାରୁ ସବୁ ପେଟ୍ ସିଟି...