ବୁଗୁଡା ବ୍ଲକରେ ଜଳ ସ୍ୱଚ୍ଛତା ଦିବସ

0
128

ବୁଗୁଡା, ୧୯/୦୧/୨୦୨୧: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ୨୧ ଟି ଗ୍ରାମ ପଞ୍ଚାୟତରେ ଜଳ ସ୍ୱଚ୍ଛତା ଦିବସ ଜାନୁଆରୀ ୧୮ ତାରିଖ ଦିନ ପାଳିତ ହୋଇଯାଇଛି। ବୁଗୁଡା ବ୍ଲକ ବିଡ଼ିଓ ତନ୍ମୟ ପାତ୍ରଙ୍କ ତତ୍ତ୍ୱାବଧାନରେ ୨୧ ଟି ପାଞ୍ଚାୟତର ବିଭିନ୍ନ ପୋଖରୀକୁ ସଫା କରା ଯାଇଥିଲା। ସମସ୍ତ ଜଳ ଭଣ୍ଡାର ଗୁଡିକୁ ପରିଷ୍କାର ରଖିବା ପାଇଁ ଜନସଚେତନତା ସୃଷ୍ଟି କରାଯାଇଥିଲା। ପ୍ରତି ପାଞ୍ଚାୟତରେ ଜଳ ସ୍ୱଚ୍ଛତା ପାଇଁ ରାଲେ ଓ ଶପଥ ପାଠ ଅନୁଷ୍ଠିତ ହୋଇଥିଲା। ଅଯଥାରେ ଜଳ ନଷ୍ଟ ନକରିବା , ଆବଶ୍ୟକ ଜଳ ବ୍ୟବହାର କରି ପାଇପ ଟ୍ୟାପ ବନ୍ଦ କରିବା ପ୍ରଭୃତି ବିଷୟରେ ଜନସାଧାରଣ ଙ୍କୁ ସଚେତନତା କରାଯାଇଥିଲା। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଏ ରାମା ରାଓଙ୍କ ସମେତ ସମସ୍ତ ଗ୍ରାମ ପଞ୍ଚାୟତ ପିଇଓ, ଅଙ୍ଗନୱାଡି କର୍ମୀ, ବିଭିନ୍ନ ଲୋକପ୍ରତିନିଧି ଏହି ଜନ ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here