ଭୁବନେଶ୍ୱର,୨୦/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ଓଡିଆ ଅଭିନେତା ରବି ମିଶ୍ରଙ୍କ ପରଲୋକ । ବର୍ଷିୟାନ ଅଭିନେତା ରବି ମିଶ୍ରଙ୍କର ହୃଦଘାତରେ ପରଲୋକ ହୋଇଛି । ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଟେଲି ସିରିଏଲ ଗୋପାଳ ରହସ୍ୟର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ୬୪ ବର୍ଷ ବୟଷରେ ତାଙ୍କର ମୃତ୍ୟୁ ହୋଇଛି । ଅନେକ ଓଡିଆ ଫିଲ୍ମ ଓ ଟିଭି ସିରିଏଲରେ ସେ ଅଭିନୟ କରିଥିଲେ ।ଉଲ୍ଲେଖନୀୟ ଯେ, ସେ ଗତକାଲି ହୃଦଘାତର ମିଛିମିଛିକା ଅଭିନୟ କରୁଥିଲେ। ଏହି ସମୟରେ କିନ୍ତୁ ହୋଇଥିଲା ସତସତିକା ହୃଦଘାତ। ଆଉ ଆଖି ପିଛୁଳାକେ ସବୁ କିଛି ଓଲଟପାଲଟ ହୋଇଗଲା। ସୁଟିଂସେଟରୁ ସିଧା ନିଆଯାଇଥିଲା ମେଡିକାଲ। ଆଉ ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିଲେ ବର୍ଷୀୟାନ ଅଭିନେତା ରବି ମିଶ୍ର।