ଶରଧାବାଲି ପ୍ରତି ବ୍ରହ୍ମପୁର ମହାନଗର ନିଗମ ର ଅଣଦେଖା ଯୋଗୁଁ ଜନଅସନ୍ତୋଷ ।

0
187

ବ୍ରହ୍ମପୁର,୨୨/୦୧/୨୦୨୧: ବ୍ରହ୍ମପୁର ବି.ଏମ.ସି ର ଶରଧାବାଲି ବସତି ପ୍ରାୟ ୨୪ବର୍ଷ ତଳୁ ସ୍ଥାପିତ ହୋଇଥିଲେ ମଧ୍ଯ ଏହାକୁ ବି ଏମ ସି ପକ୍ଷରୁ ଅଣଦେଖା ଓ ଅବହେଳା ପ୍ରଦର୍ଶନର କରାଯାଇଥିବା ଅଭିଯୋଗ ହେଉଛି ।ଏହି ଅଂଚଳରେ ରାସ୍ତା ଘାଟ ଶୋଚନୀୟ ଅବସ୍ଥା କହିଲେ ନସରେ।ବିଏମ୍ ସି କତ୍ତୃପକ୍ଷଙ୍କ ଏଥିପାଇଁ ପ୍ରଦତ୍ତ ପ୍ରତିଶ୍ରୁତି ପାଣି ର ଗାର ହୋଇଯାଇଛି।ଏହି ବସତିର ୪ର୍ଥ ଓ ପରିବର୍ଦ୍ଧିତ ଲାଇନର ଏବଂ ୭ମ ଲାଇନ୍ ରେ ସି ସି ରୋଡ ଓ ଡ୍ରେନ ନିର୍ମାଣ ବାରମ୍ବାର ଅନୁରୋଧ ସତ୍ୱେ କରାଯାଉନଥିବାରୁ ଜନସାଧାରଣ ନାହିଁ ନଥିବା ହଟହଟା ର ସମ୍ମୁଖୀନ ହେଉଛନ୍ତି ।ଗତ ତା୯୵୧୦୵୨୦ ଦିନ ମହାନଗର ନିଗମ କମିଶନର ଶ୍ରୀ ସିଦ୍ଧେଶ୍ୱର ବଳରାମ ବୋନ୍ଦାର ଏହି ଅଂଚଳ ପରିଦର୍ଶନ ରେ ଆସିଥିଲେବେଳେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଏସଂପର୍କରେ ଦାବି କରିଥିଲେ ।ଏହି କାର୍ଯ୍ଯ ଶୀଘ୍ର ହେବ ବୋଲି କହିଥିଲେ ମଧ୍ୟ ଏହା କାର୍ଯ୍ଯକାରୀ ହୋଇନାହିଁ ।ଗତ୧୭ତାରିଖ ଶରଧାବାଲି ୱେଲଫର ଏସୋସିଏସନ ର ସଂପାଦକ ସଚ୍ଚିଦାନନ୍ଦ ନାୟକ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧିଦଳ ମଧ୍ୟ କମିଶନର ଙ୍କୁ ସାକ୍ଷାତ କରି ଏହି ଦାବି ପୁଣି ଉପସ୍ଥାପିତ କରିଛନ୍ତି । ତୁରନ୍ତ ଏହି ଅଂଚଳରେ ରୋଡ ଓ ଡ୍ରେନ ନିର୍ମାଣ କରାନଗଲେ ଆସନ୍ତା ବିଏମ୍ ସି ନିର୍ବାଚନରେ ଏହାର ଜନପ୍ରତିକ୍ରିୟା ଦେଖାଦେବ ବୋଲି ଜନମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here