ପୂର୍ବତନ ବ୍ଳକ ଅଧକ୍ଷ ହତ୍ୟା ମାମଲା, ଘଟଣା ସ୍ଥଳରେ ପହଞ୍ଚିଲା ବିଜେପି ଟିମ୍

0
173

ବ୍ରହ୍ମପୁର, ୨୧/୦୧/୨୦୨୧( ଟୁକୁନା ପ୍ରଧାନ) ଗତକାଲି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳିକରି ହତ୍ୟା । ଦୃବୁର୍ତ୍ତ ମାନେ ଅତି ନିକଟରୁ ନିର୍ମମ ଭାତେ ହତ୍ୟା କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବାରେ ସଫଳ ହୋଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଏଭଳି ଚାଞ୍ଚଲ୍ଯ ଓ ଲୋମଟାଙ୍କୁରା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ସୁମଣ୍ଡଳ ଗ୍ରାମରେ । ଆଜକୁ ପ୍ରାୟ ୨୪ ଘଣ୍ଟା ବିତିଯାଇଥିବା ବେଳେ ପୋଲିସ୍ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି । ଆଜି ଘୁମୁସର ଜିଲ୍ଲା ବିଜେପି ତରଫରୁ ଏକ ଟିମ୍ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଦେବରାଜ ସାହୁ ଙ୍କ ଘର କୁ ଯାଇ ତାଙ୍କ ପରିବାର ସହ ଆଲୋଚନା କରିବା ସହ ସାନ୍ତ୍ଵନା ଦେଇଛନ୍ତି । ଏହି ଘଟଣା କୁ ନିନ୍ଦା କରିବା ସହ ପୋଲିସ ର ଅପାରଗତା ଓ ସିଧାସଳଖ ଓଡିଶା ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ଟିମ୍ । ଏଥିରେ ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଆସିକା ସାଂସଦ ପ୍ରାର୍ଥୀ ତଥା ଓଡିଶା ର ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ଙ୍କ ଝିଅ ଅନିତା ଶୁଭ ଦର୍ଶନି ପଟ୍ଟନାୟକ, କବିସୂର୍ଯ୍ଯନଗର ବିଧାୟକ ପ୍ରାର୍ଥୀ ରଞ୍ଜନ କୁମାର ପଲେଇ, ଯୁବ ନେତା ପ୍ରଭାକର ପଣ୍ଡା, ଅନିଲ କୁମାର ପଣ୍ଡା, ଶିଶିର କୁମାର ମିଶ୍ର, ନାରାୟଣ ସୁମନ୍ତରାୟ, ନିରଞ୍ଜନ ସ୍ୱାଇଁ, ରମାକାନ୍ତ ଦୋରା ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here