ଜିଲ୍ଲା ବିଜେଡ଼ିର ତୁଙ୍ଗ ନେତୃତ୍ବ ଓ ବିଭାଗୀୟ ମନ୍ତ୍ରୀଙ୍କୁ ନେଇ ବିଜୁ ଶ୍ରମିକ ସାମୁଖ୍ୟ ଅନୁବନ୍ଧିତ ଅଲ୍ ଓଡିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମୁଖ୍ୟର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ।

0
129

ବ୍ରହ୍ମପୁର,୨୪/୦୧/୨୦୨୧: ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ନେଇ ଜାତୀୟ ସ୍ତରରେ ବିଭିନ୍ନ ଶ୍ରମିକ ସଂଗଠନ ଅନୁବନ୍ଧିତ ଥାଇ କାର୍ଯ୍ୟ କରି ଆସୁଛନ୍ତି । ଓଡ଼ିଶାରେ ମଧ୍ୟ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ନେଇ ଏକାଧିକ ସଂଘ କାର୍ଯ୍ୟ କରୁଥିବା ଜଣା ଯାଇଅଛି । ପରନ୍ତୁ କିଛିମାତ୍ରାରେ ପରିତୋଷିକ ପାଇଁ ସେବା ଉତ୍ସର୍ଗରେ ନିୟୋଜିତ ଥିବା ଏହି କର୍ମିସମୂହଙ୍କ ସ୍ୱାର୍ଥକୁ ନେଇ କୌଣସି ସଂଗଠନ ଉତ୍ତରଦାୟୀ ରହୁନଥିବା ଦେଖିବାକୁ ମିଳୁଛି । କର୍ମୀଙ୍କ ଠାରୁ ବିପୁଳ ପରିମାଣର ବାର୍ଷିକ ଚାନ୍ଦା ସଂଗ୍ରହର ମାଧ୍ୟମ ଭାବି ସେମାନଙ୍କୁ ରାଜନୈତିକ ଉଦ୍ଧେଶ୍ୟ ରଖି ରାଜରାସ୍ତାକୁ ଆଣି ଦଳୀୟ ଫାଇଦାରେ ରହୁଥିବା ବହୁ ଘଟଣା ଘଟିଥିବାର ଉଦାହରଣ ମଧ୍ୟ ରହିଅଛି । ତେବେ ରାଜ୍ୟ ଶାସକ ଦଳ ବିଜେଡିର ସମାନ୍ତରାଳ ଶ୍ରମିକ ସଂଗଠନ ‘” ବିଜୁ ଶ୍ରମିକ ସଂଗଠନ ” ଅଧୀନ ଅଲ୍ ଓଡିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମୁଖ୍ୟ ଗଠନ କରି ସାରା ରାଜ୍ୟର ଆସଂଗଠିତ କର୍ମୀ ସମୂହଙ୍କୁ ଏକାଠି ଏକ ଛତ୍ରଛାୟା ତଳେ ରଖିବାକୁ ପ୍ରୟାସ ନେଇ ଗଠନ ହୋଇଥିବା ବିଜୁ ଶ୍ରମିକ ସଂଗଠନର ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟର ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଆଜି ବ୍ରହ୍ମପୁର ଟାଉନ୍ ହଲ ଠାରେ ଅନୁଷ୍ଠିତ ହୋଇଅଛି ।

ରାଜ୍ୟ ବିଜେଡିର ତୁଙ୍ଗ ନେତ୍ରୁବର୍ଗ ଏବଂ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଯୋଗଡାନରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଜିଲ୍ଲାର ସମସ୍ଥା ଦଳୀୟ ବିଧାୟକ ,ବିଧାୟିକା , ବ୍ରହ୍ମପୁର ଓ ଆସିକା ସାଂସଦ ପ୍ରମୁଖଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଅଂଶ ଗ୍ରହଣ କରି ତୃଣମୂଳ ସ୍ତରରେ କାମ କରୁଥିବା ଏହି ବର୍ଗଙ୍କ ସାମାଜିକ ସୁରକ୍ଷା ,ଜୀବିକାର ସ୍ଥିରତା ନେଇ ନିଜ ନିଜ ଭାବ ପ୍ରକଟ କରିଥିଲେ । ରାଜ୍ୟସଭା ସଦସ୍ୟ ତଥା ଶ୍ରମିକ ନେତା ଶ୍ରୀ ସୁବାସ ସିଂ , ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ପରାମର୍ଶଦାତା ତଥା ଅବସରପ୍ରାପ୍ତ ପ୍ରଶାସକ ଡ୍ ଗୋପବନ୍ଧୁ ଦାସ ମହୋଦୟ ଉପସ୍ଥିତ କର୍ମୀ ସମୂହଙ୍କ କାର୍ଯ୍ୟାବଳୀ ଓ ଉତ୍ତରଦାୟିତ୍ଵବୋଧ ଜନିତ କୋଭିଡ୍ କାର୍ଯ୍ୟକ୍ରମ ପରିଚାଳନାକୁ ଭୂୟସୀ ପ୍ରଶଂସା କରିଥିଲେ । ଆସନ୍ତା ଦିନରେ ବିଜୁ ଶ୍ରମିକ ସଂଗଠନ ( ବି ଏସ ଏସ ) ସମସ୍ତ କର୍ମୀଙ୍କୁ ଏକଯୁଟ କରି ଗୋଟିଏ ଛତ୍ରଛାୟାରେ ନିଜ ନାର୍ଯ୍ୟଦାବୀ ହାସଲ କରିବାକୁ ବଦ୍ଧପରିକର ରହିବାର ଯୋଜନାକୁ ଅବତାରଣା କରିଥିଲେ ।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ବିଧାୟକ ଶ୍ରୀ ବିକ୍ରମ ପଣ୍ଡା , ଜିଲ୍ଲା ବିଜେଡ଼ି ସଭାପତି ପୂର୍ବତନ ବିଧାୟକ ଶ୍ରୀ ରମେଶ ଚ୍ୟାଉ ପଟ୍ଟନାୟକ , ସୁବାସ ମହାରଣା , ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଶ୍ରୀ ସୋନମ୍ ପଲାଇ , ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ , ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ପୋଲସରା ବିଧାୟକ ଶ୍ରୀ ଶ୍ରୀକାନ୍ତ ସାହୁ , କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ , ସୋରଡ଼ା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ , ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ , ଛତ୍ରପୁର ବିଧାୟକ ସୁବାସ ବେହେରାଙ୍କ ସହ ବହୁ ସାଙ୍ଗଠନିକ ବ୍ୟକ୍ତିତ୍ଵ ସମ୍ମିଳନୀରେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here