ଆଜି ସଂସଦ ରେ ଉପସ୍ଥାପିତ ହେଲା ୨୦୨୧-୨୨ ଆର୍ଥିକ ବର୍ଷ ର ବଜେଟ

0
146

ନୂଆଦିଲ୍ଲୀ,୦୧/୦୨/୨୦୨୧(ବ୍ୟୁରୋ ରିପୋର୍ଟ) ଆଜି ସଂସଦ ରେ ୨୦୨୧-୨୨ ଆର୍ଥିକ ବର୍ଷ ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଥର ପାଇଁ ପେପର୍ ଲେସ୍ ହୋଇଛି ବଜେଟ୍। ଟ୍ୟାବ୍‌ରେ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା। ଆରମ୍ଭରୁ କରୋନା ସ୍ଥିତି ଓ ଓ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରିଛନ୍ତି ନିର୍ମଳା। ତା ସହିତ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହିତ ଭ୍ୟାକ୍ସିନ ସମ୍ପର୍କରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ। ଚଳିତ ବଜେଟ୍‌ରେ ୬ଟି ସ୍ତମ୍ବ ଉପରେ ପ୍ରସ୍ତାବ ଦିଆଯାଇଛି।ଚଳିତ ବଜେଟ୍‌ରେ ଅନେକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ହୋଇଥିବା ବେଳେ ସୁନା ରୂପା ଆଦିରେ ଶୁଳ୍କ କମାଯାଇଛି। ତେଣୁ କଣ ମହଙ୍ଗା ହେବ କଣ ସସ୍ତା ହେବ ଆସନ୍ତୁ ସଂକ୍ଷେପରେ ଜାଣିବା
ଶସ୍ତା– ସୁନା, ରୂପା, ନାପଥା ଅଏଲ୍, ଭଙ୍ଗାରୁଜା ତମ୍ବା, ଧାତବ ମୂଦ୍ରା, ନାଇଲନ ଫାଇବର ଓ ପ୍ଲାଟିନମ୍ ।

ମହଙ୍ଗା– ପେଟ୍ରୋଲ ଓ ଡିଜେଲ୍, ମୋବାଇଲ ଫୋନ୍‌, ପାୱାର ବ୍ୟାଙ୍କ, ଆମଦାନୀ ହୋଇଥିବା ମଦ, ରେଫ୍ରିଜେରେଟର, ଏୟାର କଣ୍ଡିସନର, ଆମଦାନୀ ହେଉଥିବା ଖେଳନା, ସ୍ପାଣ୍ଡେକ୍ସ ଫାଇବର(କପଡ଼ା)। ତେବେ ପେଟ୍ରୋଲ୍ ଡିଜେଲ୍ ପାଇଁ ଲାଗିଥିବା କୃଷି ସେସ୍‌ କେବଳ କମ୍ପାନୀମାନେ ଦେବେ ତାହା ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ ବୋଲି ସରକାର କହିଛନ୍ତି। ଅନ୍ୟପଟେ କମ୍ପାନୀଗୁଡ଼ିକ ପର୍ଯ୍ୟକ୍ରମେ ବିଭିନ୍ନ ଆଳ ଦେଇ ତୈଳ ଦର ବୃଦ୍ଧି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେଣୁ ପେଟ୍ରୋଲ୍ ଓ ଡିଜେଲ୍ ଏଠାରେ ମହଙ୍ଗା କ୍ୟାଟେଗୋରୀରେ ସ୍ଥାନ ଦିଆଯାଇଛି।ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ଭାରତର ଉତ୍ପଦାନଗୁଡ଼ିର ପ୍ରଚାର ପ୍ରାସର କରିବାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସେପରି କେନ୍ଦ୍ର ବଜେଟରେ ବରିଷ୍ଠ ନାଗରିକଙ୍କୁ ଆୟକର କ୍ଷେତ୍ରରେ ବଡ ଆଶ୍ବସ୍ତି ମିଳିଛି । ୭୫ ବର୍ଷ ବା ତଦୁର୍ଦ୍ଧ ବୟସର ବରିଷ୍ଠ ନାଗରିକଙ୍କୁ ଆୟକର ଦେବାକୁ ପଡିବନି । ପେନସନ ଓ ସୁଧରୁ ଆୟ ପାଉଥିବା ବରିଷ୍ଠ ନାଗରିକଙ୍କୁ ଏହି ରିହାତି ମିଳିଛି । କେବଳ ପେନସନ ଟଙ୍କାରେ ଚଳୁଥିବା ବରିଷ୍ଠ ନାଗରିକମାନଙ୍କୁ ରିଟର୍ଣ୍ଣ ଦାଖଲ କରିବାକୁ ପଡିବନି । ସେହିପରି ଟ୍ୟାକ୍ସ ଅଡିଟ୍ ଲିମିଟ ୫ କୋଟିରୁ ୧୦ କୋଟିକୁ ବୃଦ୍ଧି କରାଯାଇଛି । ଆୟକର ରିହାତି ସୀମା ପରିମାଣ ଅପରିବର୍ତ୍ତିତ ରହିଛି ।

ସଂକ୍ଷେପ ରେ ବଜେଟ ୨୦୨୧-୨୦୨୨
*ରେଲେୱେ ପାଇଁ ବଜେଟରେ ୧, ୧୦, ୦୫୫ କୋଟି ବ୍ୟୟବରାଦ
* ରେଳ ଲାଇନ ବିଦ୍ୟୁତ୍‌ କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ
* ୨୭ଟି ସହରରେ ଆଉ ୧୦୬୦କିମି ମେଟ୍ରୋ ଲାଇନ ହେବ
*ବେଙ୍ଗାଲୁରୁ ଏବଂ ଚେନ୍ନାଇ ମେଟ୍ରୋ ସଂପ୍ରସାରଣ ହେବ
* ହାଇଡ୍ରୋଜେନ୍ ଏନର୍ଜୀ ମିଶନ ଆରମ୍ଭ କରାଯିବାକୁ ଘୋଷଣା
* ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାକୁ ବଜେଟରେ ବଡ଼ ଘୋଷଣା
*କାହାଠାରୁ ବିଦ୍ୟୁତ୍ ଆଣିବେ, ଏବେ ସ୍ଥିର କରିପାରିବେ ଉପଭୋକ୍ତା
* ଉଜ୍ଜ୍ୱଳା ଯୋଜନା ସଂପ୍ରସାରଣ ପାଇଁ ସୀତାରମଣଙ୍କ ଘୋଷଣା
*ଏବେ ୮ କୋଟି ପରିବାର ପାଉଛନ୍ତି, ଆଉ ୧ କୋଟି ବୃଦ୍ଧି କରାଯିବ।
*ଜାମ୍ମୁ କାଶ୍ମୀରରେ ଗ୍ୟାସ୍ ପାଇପଲାଇନ ବିଛାଇବାକୁ ଘୋଷଣା।
* ଆଗାମୀ ୩ ବର୍ଷରେ ଆଉ ୧୦୦ ଜିଲ୍ଲାରେ ସିଟି ଗ୍ୟାସ୍ ବିତରଣ।
*ବୀମା କ୍ଷେତ୍ରରେ ୭୪% FDI ପାଇଁ ବଜେଟରେ ଘୋଷଣା

LEAVE A REPLY

Please enter your comment!
Please enter your name here