କଟକ, ୦୩/୦୨/୨୦୨୧(ବ୍ୟୁରୋ ରିପୋର୍ଟ) ଭିଜିଲାନ୍ସ କରିପାରିବନି ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ତଦନ୍ତ, ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ପ୍ରଦୀପଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ ଚାଲିଛି। ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଏହାର ଖୋଳତାଡ଼ ହେଉଛି। ତେଣୁ ଏହାକୁ ଯୁକ୍ତିଯୁକ୍ତ ନମାନି ଆବେଦନକୁ ଖାରଜ କରିଛନ୍ତି କୋର୍ଟ। ଏନେଇ ପ୍ରଦୀପଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, କୋର୍ଟଙ୍କ ଏକ ଡିଭିଜନ୍ ବେଞ୍ଚ ଏହି ମାମଲାର ଦୀର୍ଘ ସମୟ ଧରି ଶୁଣାଣି କରିଥିଲେ। ଲୋକାୟୁକ୍ତ ଡିସେମ୍ବର ୧୧ରେ ଦେଇଥିବା ନିର୍ଦ୍ଦେଶରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଭିଜିଲାନ୍ସ କରିବ ବୋଲି ନିର୍ଦ୍ଦେଶ କରିଥିଲେ। କିନ୍ତୁ ହାଇକୋର୍ଟ ଏହାକୁ ଆଜି ଶୁଣାଣି କରି ରଦ୍ଦ କରିଦେଇଛନ୍ତି। ଭିଜିଲାନ୍ସର ଗୁପ୍ତ ଯାଞ୍ଚ ଆଧାରରେ ଆପାତତଃ ଥିବା ତଥ୍ୟ ପ୍ରମାଣକୁ ମାନ୍ୟବର ହାଇକୋର୍ଟ ଖାରଜ କରିବା ସହ ନାପସନ୍ଦ କରିଛନ୍ତି।

Home ବ୍ରହ୍ମପୁର ସ୍ପେଶାଳ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଭିଜିଲାନ୍ସ କରିପାରିବନି ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ତଦନ୍ତ





