ଯାଜପୁର,୦୩/୦୨/୨୦୨୧: ମାର୍ଚ୍ଚ ୨୨ତାରିଖରୁ ମହାମାରୀ କରୋନାକୁ ମୁକାବିଲା କରିବା ଲାଗି ନିରସ୍ତ୍ର ସୈନିକ ଭାବେ ଜୀବନକୁ ବାଜି ଲଗାଇ ଲଢ଼ୁଥିବା ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର କରୋନା ସଚେତନତା କାର୍ଯ୍ୟକ୍ରମ ଆଜି ୩୧୪ଦିନରେ ପହଁଚିଛି।ଏହି ଅବସରରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ , ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହୀର କୁମାର ଓ କଳାକାର ଶଶିକାନ୍ତ ପଣ୍ଡାଙ୍କ ତତ୍ୱାବଧାନରେ ଅର୍ଚ୍ଚନା ସାହୁ,ବର୍ଷାରାଣୀ ମାଝି, ବର୍ଷାରାଣୀ ମଲ୍ଲିକ,ନିଳିମା ମଲ୍ଲିକ,ଆକାଶ ଦାସ,ବିକାଶ ମଲ୍ଲିକ,ମାନସ ସେଠ, ବିକାଶ ଦାସ,ରିକି ଦାସ,ବିଶ୍ୱଜିତ ଦାସ,ଉତ୍ତମ ମଲ୍ଲିକ ଆଦି ଯୋଗଦାନ କରି ଯାଜପୁର ଜିଲ୍ଲାର ବିଭିନ୍ନ ଗାଁ ଗାଁ ବୁଲି ବିଶୋଧନ ସହ ମାକ୍ସ,ସାବୁନ,ସାନିଟାଇଜର, ବ୍ଲିଚିଂ ପାଉଡର ବଣ୍ଟନ ସହ ଗରିବ ଅସହାୟ ମାନଙ୍କୁ ବସ୍ତ୍ର ଆଦି ବଣ୍ଟନ କରିଥିବାର ଦେଖିବାକୁ ମିଳିଥିଲା।






