ଶ୍ରମିକ ବିରୋଧୀ ୪ଶ୍ରମ କୋର୍ଡ ର ପ୍ରତ୍ୟାହାର କରିବା ଦାବୀରେ ଶ୍ରମ କୋର୍ଡ ନକଲ କୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକ ପୋଡିଲେ

0
212

ବ୍ରହ୍ମପୁର, ୦୩/୦୨/୨୦୨୧(ବ୍ୟୁରୋ ରିପୋର୍ଟ) ଆଜି ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ବିରୋଧି ଶ୍ରମ କୋଡ଼ କୁ ବିରୋଧ କରି ପ୍ରତିବାଦ କରିଛନ୍ତି । ମଜୁରୀ କୋଡ଼ ୨୦୧୯,ସାମାଜିକ ସୁରକ୍ଷା କୋଡ଼ ୨୦୨୦, ଶିଳ୍ପ ସମ୍ପର୍କ କୋଡ଼ ୨୦୨୦ ଏବଂ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ସର୍ତ୍ତାବଳି କୋଡ଼ ୨୦୨୦କୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ INTUC, AITUC, HMS, CITU ଓ AIUTU ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି । ଏହି କୋଡ଼ ଗୁଡିକ ଶ୍ରମିକଙ୍କୁ ମାଲିକର ଗୋତି ଶ୍ରମିକରେ ପରିଣତ କରିବ ବୋଲି ଅଭିଯୋଗ କରାଯାଇଛି । ଏହି କୋଡ଼ ଯୋଗୁଁ ଶ୍ରମିକମାନେ ସର୍ବନିମ୍ନ ମଜୁରୀ ପାଇବା, ୟୁନିୟନ ଗଠନ କରିବା, ସାମାଜିକ ସୁରକ୍ଷା ପାଇବା ଅଧିକାର ହରାଇବେ । ଶ୍ରମ ବିଭାଗ inspection and enforcement ର ଆଇନଗତ ଅଧିକାର ରହିବନାହିଁ । ଏହା ମାଲିକମାନଙ୍କ ପାଇଁ ଶ୍ରମିକଙ୍କୁ ଶୋଷଣର ଏକ ହତିଆର ବୋଲି ଅଭିଯୋଗ କରିଥିଲେ । ୮ ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟା କାମ କରାଇବା ନିର୍ଦେଶନାମା ଏହାର ଏକ ଝଲକ ମାତ୍ର ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏହି କୋଡ଼ ଗୁଡିକ ମାର୍ଚ୍ଚ ମାସରୁ କାର୍ଯ୍ୟକାରୀ ହେବ । ଏହା ପୂର୍ବରୁ ଦେଶର ସମସ୍ତ ଶ୍ରମିକ ଦଳମତ ନିର୍ବିଶେଷରେ ଏହାର ପ୍ରତ୍ୟାହାର ପାଇଁ ବ୍ୟାପକ ଆନ୍ଦୋଳନ କରିବା ପାଇଁ ଶ୍ରମିକନେତାମାନେ ଆହ୍ୱାନ ଦେଇଥିଲେ । ଶେଷରେ ୪ଟି କୋଡ ର ନକଲ କୁ ପୋଡାଯାଇଥିଲା ।ଆଜିର ଏହି କାର୍ଯ୍ୟକ୍ରମରେ ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ପୀତବାସ ପଣ୍ଡା, ଭୋକାଲି ସେଠି, ପ୍ରକାଶ ପାତ୍ର, ପ୍ରଦୀପ ସେଠୀ, ସୋମନାଥ ବେହେରା, ବୈକୁଣ୍ଠ ସାହୁ, ଅଶ୍ୱିନୀ ଦାସ, ହରି ନାହାକ, ରମେଶ ପାଢ଼ୀ, ରଞ୍ଜନ ପାତ୍ର, ଆନନ୍ଦ କୁମାର, କାମଦେବ ନାହାକ, ଏବଂ କୃଷକନେତା ବସନ୍ତ ନନ୍ଦ ଓ ଗୋପାଳ ପାଣିଗ୍ରାହୀ, ହରି ନାହାକ, ଅଶୋକ ଦାସ, କିଶୋର ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here