ଗାଲୁଆ ଶିକ୍ଷକଙ୍କ ଗାଲୁଆ ନୀତି

0
204

ନୟାଗଡ଼,୦୩/୦୨/୨୦୨୧:ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ମାଇଛେଳି ପଂଚାୟତ ଅନ୍ତର୍ଗତ କୋଷାକଟା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ସୁତ୍ରରୁ ପ୍ରକାଶଯେ, କୋଷାକଟା ପ୍ରାଥମିକ ବିଦ୍ୟାଳୟ ରେ ଦିଆଯାଇ ଅଛି ପୋକଡା ଚାଉଳ, ଅବିଭାବକ ଶ୍ରୀଧର ନାମକ ବ୍ୟକ୍ତି ଏହାର ପ୍ରତିବାଦ କରିବା ସତ୍ବେ ଚାଉଳ ଦଉଥିବା ଶିକ୍ଷକ କବିପ୍ରସାଦ ନାଏକ ତାଙ୍କୁ ଓଲଟା ଜବାବ ରଖିଛନ୍ତି ଯେ ଚାଉଳ ଆମ ଘରୁ ଆଣୁନୁ ସରକାର ଜାହାଦେଲେ ଆମେ ତାକୁ ପିଲାମାନଙ୍କୁ ଦେଉଛୁ ଏବଂ ଶିକ୍ଷକ ଆହୁରି ମଧ୍ୟ ଜବାବ ଦେଇଛନ୍ତି ତମେ ଯାହାକୁ କଂପ୍ଲେନ କରିବାର ଅଛି କର ମୋର କିଛି ହେବନି ମୋର ୩୦ ହଜାର ଦରମା ସସପେଣ୍ଡ ହେଲେ ତାହାର ଅଧା ଦରମା ମତେ ଦିଆଯିବ, ମୋର କଣ କରିବାର ଅଛି କରନ୍ତୁ,ମୁଁ କାହାକୁ ଡରୁନି, ଏବଂ ଆମେ ଶିକ୍ଷକଙ୍କୁ ପଚାରିବାରୁ ସେ ମତ ରଖିଛନ୍ତି ଯେ ଜାନୁଆରୀ ୫ ତାରିଖ ରେ ଚାଉଳ ଆସିଥିଲା ଏବଂ ଆମେ ଜାନୁଆରୀ ୨୭ ତାରିଖରେ ଚାଉଳ ପିଲାମାନଙ୍କୁ ଦେଇଥିଲୁ ଏବଂ କିଛି ଚାଉଳ ଷ୍ଟକ ଥିବାର ସୁଚନା ଦେଇଛନ୍ତି, ଏଥିରୁ ସ୍ପଷ୍ଟ ଯେ ଦୀର୍ଘ ୨୨ ଦିନ ହେବ ଶିକ୍ଷକ ଚାଉଳ କୁ ପିଲାମାନଙ୍କୁ ନଦେଇ ଅଫିସରେ ଅବ୍ୟବସ୍ଥା ଭାବରେ ତାଲା ଦେଇ ରଖିଥିଲେ, ଏବଂ ସ୍ଥାନୀୟ ସରପଂଚ ଶ୍ରୀ ଯୁକ୍ତ ଲିଙ୍ଗରାଜ ପରିଡ଼ା ଙ୍କୁ ଏବାବଦରେ ପଚାରିବାରୁ ସେ କହିଥଲେ ଯେ, ଏହାର ସତ୍ଯତା ଯଦି ଥାଏ ଆମେ ନିଶ୍ଚିତ ଆକ୍ସନ ନେବୁ। ଏଠି ପ୍ରଶ୍ନ ଉଠୁଛି ଏ ବାବଦରେ ଦାୟୀ କିଏ ସ୍କୁଲ ର ଶିକ୍ଷକ ନା ପ୍ରଶାସନ?

ରିପୋର୍ଟ: ପ୍ରଦୀପ୍ତ କୁମାର ଜାନୀ

LEAVE A REPLY

Please enter your comment!
Please enter your name here