ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର୍, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୬ ସଦସ୍ୟ

0
278

କଟକ, ୦୮/୦୨/୨୦୨୧:କଟକ ଜିଲ୍ଲା ନିଶ୍ଚିତକୋଇଲି ରେ ଏକ ଅଘଟଣ।ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର୍ । ଅଳ୍ପକେ ବର୍ତ୍ତିଗଲେ ଗୋଟିଏ ପରିବାରର ୬ ସଦସ୍ୟ ।ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ମାହାଙ୍ଗା ଥାନା ଜଇପୁର-ଦୋବନ୍ଦିଆ ରାସ୍ତା ମଧୁପୁର ଛକଠାରେ ଏକ ଚଳନ୍ତା ଇଣ୍ଡିକୋ କାରରେ ନିଆଁ ଲାଗି ଯାଇଛି । ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି କାର୍ ରେ ନିଆଁ ଲାଗିବା ଦେଖି ପାଟି କରି କହିବାରୁ ଡ୍ରାଇଭର ଗାଡି ଛାଡି ବାହାରକୁ ପଳାଇ ଆସିଥିଲେ । ଗାଡିରେ ବସିଥିବା ଅନ୍ୟ ଯାତ୍ରୀମାନଙ୍କୁ ବାହାରକୁ ବାହାର କରିଦେଇଥିଲା । ଫଳରେ ଏକ ସୁନିଶ୍ଚିତ ଦୁର୍ଘଟଣାରୁ ୬ ଜଣ ବର୍ତ୍ତି ଯାଇଥିବା ସୂଚନା ମିଳିଛି ।ଏହି କାରରେ ୬ ଜଣ ବୟସ୍କ ଓ ଦୁଇ ଜଣ ଛୋଟ ପିଲା ଥିଲେ । ମାହାଙ୍ଗା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ଆସି ନିଆଁ ଲିଭାଇଥିବା ଜଣାପଡିଛି । ଗୋଟିଏ ପରିବାର ଜଇପୁରରୁ ମାହାଙ୍ଗା ପୁରୁଷୋତ୍ତମପୁର ଗାଁକୁ ଫେରୁଥିଲେ ବେଳେ ଏହି ଦୁର୍ଘଟଣା ଘଟିଛି ।

LEAVE A REPLY

Please enter your comment!
Please enter your name here