ବର୍ଦ୍ଧିତ ଘର ଟିକସ ପ୍ରତ୍ୟାହାର ଦାବି

0
115

ବ୍ରହ୍ମପୁର,୧୩/୦୨/୨୦୨୧: ଚଳିତବର୍ଷ କରୋନା ସଂକ୍ରମଣ ସମୟରେ ସମଗ୍ରଦେଶରେ ଲକଡାଉନ ପରିସ୍ଥିତିରେ ବ୍ରହ୍ମପୁର ମହାନଗର ନିଗମ କତୃପକ୍ଷ ଲୋକଙ୍କ ଉପରେ ଯେଉଁପ୍ରକାର ବର୍ଦ୍ଧିତ ଘର ଟିକସ ଲଦି ଦେଇଛନ୍ତି, ତାହା ସମ୍ପୂର୍ଣ ଭାବେ ଅଗଣତାନ୍ତ୍ରିକ ଓ ବେନିୟମ ପଦକ୍ଷେପ ଅଟେ। ନିଗମ କାଉନସିଲ ପ୍ରାୟ ଦେଢ଼ ବର୍ଷରୁ ଭାଙ୍ଗି ଲୋକ ପ୍ରତିନିଧି ଶୂନ୍ୟ ହୋଇପଡ଼ିଥିବା ବେଳେ ସୁଯୋଗ ଉଣ୍ଡି ମହାନଗର ନିଗମ କତୃପକ୍ଷ ଟିକସ କୁ ବୃଦ୍ଧି କରିଛନ୍ତି l ଲକଡାଉନ ପରିସ୍ଥିତିରେ ଲୋକଙ୍କ କାମ ବନ୍ଦ ଥିବାବେଳେ ବରଂ ଟିକସ ଛାଡ଼ କରାଯିବା କଥା କିନ୍ତୁ ବ୍ରହ୍ମପୁରରେ ତାହାର ବ୍ୟତିକ୍ରମ ଦେଖାଯାଇଛି l ବ୍ରହ୍ମପୁର ବ୍ୟତୀତ କୌଣସି ସହରରେ ଟିକସ ବୃଦ୍ଧି ହୋଇନାହିଁ l ଗତକାଲି ବିଜିପୁର କମ୍ୟୁନିଟି ହଲ ଠାରେ ବ୍ରହ୍ମପୁରର କିଛି ବୁଦ୍ଧିଜୀବୀ ଏକାଠି ହୋଇ ଏହି ଅନ୍ୟାୟ ଟିକସ ବୃଦ୍ଧି କୁ ଦୃଢ଼ ବିରୋଧ କରିଛନ୍ତି l କୌଣସି ପ୍ରସ୍ତାବ, ଆଲୋଚନା ନ ହୋଇ ଏକପାଖିଆ ଭାବେ ମହାନଗର ନିଗମ କତୃପକ୍ଷଙ୍କ ଏହି ଜନବିରୋଧୀ ନିଷ୍ପତ୍ତି ବିରୁଦ୍ଧରେ ଅନୁଷ୍ଠିତ ଆଜିର ଏହି ବୈଠକରେ ଗଞ୍ଜାମ ବାର ଏସୋସିଏସନ ର ସାଧାରଣ ସମ୍ପାଦକ ରାମକୃଷ୍ଣ ମହାରଣା,ବଂଶୀଧର ଭୂୟାଁ, ଗଗନ ମଲ୍ଲିକ, ସମ୍ବଶିବା ରାଓ, ବିଜୟ ବିଶୋଇ,ବି.ସ୍ୱରାଜ୍ୟ ସୁବୁଦ୍ଧି, ଏସ. କେଶବ ଲିଙ୍ଗମ,ବିନୋଦ କୁମାର ଜେନା,ଯୁଧିଷ୍ଠିର ରାଉତ, ରମେଶ ଚନ୍ଦ୍ର ବେହେରା,ରମାଦେବୀ ପାଣିଗ୍ରାହୀ,ରାଜେନ୍ଦ୍ର ପଣ୍ଡା, ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ lଶେଷରେ ବୁଦ୍ଧିଜୀବୀଙ୍କୁ ନେଇ ଏକ କମିଟି ତିଆରି ହୋଇ ଆବାହକ ଭାବେ ଗଗନ ଚନ୍ଦ୍ର ମଲ୍ଲିକ, ସହ ଆବାହକ ଭାବେ ବି. ସ୍ୱରାଜ୍ୟ ସୁବୁଦ୍ଧିଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି l ଆସନ୍ତା ଦିନରେ ନିଗମ କତୃପକ୍ଷ ଙ୍କ ଠାରେ ଦାବି ଉପସ୍ଥାପନ କରାଯିବାକୁ ନିଷ୍ପତ୍ତି ହେଲା l ଶେଷରେ ବିଜୟ ଚନ୍ଦ୍ର ବିଶୋଇ ଧନ୍ୟବାଦ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here