ବେଗୁନିଆପଡା ସମ୍ବାଦ ସାହିତ୍ୟ ଘରର ବୈଠକ ଓ ଶୀତ ଆସର ଅନୁଷ୍ଠିତ।

0
138

ବ୍ରହ୍ମପୁର,୧୩/୦୨/୨୦୨୧ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସମ୍ବାଦ ସାହିତ୍ୟଘର ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କେ. ବରିଡା ସ୍ଥିତ ଶ୍ରୀ ଅମରେଶ୍ୱର ମନ୍ଦିର ପରିସରରେ ଥିବା ମା ମଙ୍ଗଳା ପୀଠରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ନାରାୟଣ ଭୂୟାଁ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ଗାୟତ୍ରୀ ମନ୍ତ୍ର ଜପ କରାଯାଇ ପରେ କରୋନା ସମୟରେ ଆମ ଗହଣରୁ ଚିରଦିନ ପାଇଁ ବିଦାୟ ନେଇଥିବା ସଦସ୍ୟଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।କରୋନା ଯୋଗୁଁ ଦୀର୍ଘଦିନ ବ୍ୟବଧାନରେ ଏହି ବୈଠକ ଓ ଆସର ହେଉଥିବା ଯୋଗୁଁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ। ସ।ହିତ୍ୟଘର ସମ୍ପାଦକ ରବୀନ୍ଦ୍ରନାଥ ମହାରଣା ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ଚଳିତ ବର୍ଷ ସାହିତ୍ୟଘରର ବାର୍ଷିକ ଉତ୍ସବ କରାଯିବା ପାଇଁ ଆଲୋଚନା କରାଯାଇଥିଲା। ପ୍ରତି ମାସରେ ଯେପରି ଆସର ନିୟମିତ ଭାବରେ ହେବ ସେ ଦିଗରେ ସମସ୍ତ ସଦସ୍ୟ ମତ ରଖିଥିଲେ । ପରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପ ସଭାପତି ଶୁଭକାନ୍ତ ଗୌଡ଼, ସୁଧାକର ପରିଡା, ରବିନାରାୟଣ ଶତପଥୀ, ପ୍ରକାଶ ଚନ୍ଦ୍ର ଜେନା, ଦେବେନ୍ଦ୍ର କୁମାର ମହାରଣା,ପ୍ରସନ୍ନ କୁମାର ବେହେରା, ଉମା ଶଙ୍କର ସାହୁ, ଗୋବିନ୍ଦ ଚନ୍ଦ୍ର ଜେନା, ସନ୍ତୋଷ କୁମାର ସାହୁ ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ଯୋଗଦେଇ ଆସରରେ ଅଂଶ ଗ୍ରହଣ କରିଥିଲେ।ଶେଷରେ ରବି ନାରାୟଣ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା ଆସର ଫେବୃଆରୀ ମାସର ୨୭ ତାରିଖରେ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here