ଧାନମଣ୍ଡି ତାଲିକାରେ ଜମି ନଥିବା ଚାଷୀ !!!

0
130

ପୋଲସରା, ୧୪/୦୨/୨୦୨୧: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକ ସେବା ସମବାୟ ସମିତିର ଧାନମଣ୍ଡି ତାଲିକାରେ ଜମି ନଥିବା ଲୋକଙ୍କୁ ଚାଷୀ ଦର୍ଶାଇ ପଞ୍ଜିକରଣ ହୋଇଥିବା ନେଇ ଗୁରୁତ୍ତର ଅଭିଯୋଗ ଆଣିଛନ୍ତି ପୋଲସରା ଶାଖା ଋଷିକୂଲ୍ୟା ରୟତ ମହାସଭା। ଚାଷଜମି ନଥିବା ବ୍ଯକ୍ତିମାନଙ୍କ ଚାଷଜମି ଥିବା ଦର୍ଶାଇ ବେନିୟମ ଭାବେ ପଞ୍ଜିକରଣ କରିବା ସହ ଟୋକନ୍ ଦେଉଥିବା ବେଳେ ପ୍ରକୃତ ଚାଷୀ ଧାନବିକ୍ରି କରିପାରୁ ନଥିବା ଅଭିଯୋଗ କରିଛନ୍ତି। ଏଥିସହ ଯେଉଁ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉଛି ସେମାନଙ୍କ ଠାରୁ କୁଇଣ୍ଟାଲ ପିଛା ପାଞ୍ଚ କିଲୋ ଧାନ କଟାଯାଉଛି, ଯାହାକି ସରକାରଙ୍କ ନିୟମକୁ ଖୋଲାଖୋଲି ଭାବେ ସୋସାଇଟି ସମ୍ପାଦକ ମାନେ ଉଲଂଘନ କରୁଥିବା ଋଷିକୂଲ୍ୟା ରୟତ ମହାସଭା ଅଭିଯୋଗ କରିଛି । ଏଥିସହ ଯେଉଁ ପ୍ରକୃତ ଚାଷୀମାନେ ଟୋକନ୍ ପାଇଁ ନାହାଁନ୍ତି ସେମାନଙ୍କୁ ଯଥାଶୀଘ୍ର ଟୋକନ୍ ପ୍ରଦାନ କରିବାକୁ ମଧ୍ୟ ଦାବି କରାଯାଇଛି। ଏଥିସହ ବର୍ତ୍ତମାନ ସୁଦ୍ଧା କେତେ ପରିମାଣ ଧାନ ପୋଲସରା ବ୍ଳକରୁ ସମସ୍ତ ସୋସାଇଟି କ୍ରୟ କରିଛନ୍ତି ତାହାର ଏକ ତାଲିକା ସର୍ବସାଧାରଣରେ ପ୍ରକାଶ କରିବାକୁ ଦାବି କରାଯାଇଛି । ଏହି ଦାବିପତ୍ର ସଂଘର ସଭାପତି ସତ୍ଯବାନ ପ୍ରଧାନ ଓ ଅନ୍ୟ ସଦସ୍ୟ ବୃନ୍ଦ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀଙ୍କୁ ଦେଇଥିବା ବେଳେ ଏହାର ନକଲ ଗଞ୍ଜାମ ଜିଲ୍ଲାପାଳ, ପୋଲସରା ତହସିଲଦାର ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପ୍ରଦାନ କରି ବିହିତ କାର୍ଯ୍ଯାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।ପ୍ରଶାସନ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଆଗାମୀ ୨୨ ତାରିଖ ସୋମବାର ଦିନ ମହାସଭା ପକ୍ଷରୁ ପୋଲସରା ବ୍ଳକ ଓ ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସଭାପତି ସତ୍ଯବାନ ପ୍ରଧାନ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ। ମହାସଭାର ମୁଖ୍ୟ ଉପଦେଷ୍ଟା ବିପିନ୍ ବିହାରୀ ପ୍ରଧାନ, ବନମାଳୀ ସାହୁ ଓ ହିନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here