ବ୍ରହ୍ମପୁର, ୧୪/୦୨/୨୦୨୧:ସ୍ଥାନୀୟ ଉତ୍କଳ ଆଶ୍ରମ ସମ୍ମିଳନୀ ସଭାକକ୍ଷରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଉପଦେଷ୍ଟା ମନ୍ମଥ ପାଢୀ ସଭାପତିତ୍ବ କରିଥିଲାବେଳେ ଅନ୍ୟତମ ଉପଦେଷ୍ଟା ଡାକ୍ତର ବୃନ୍ଦାବନ ଚନ୍ଦ୍ର ପାଢ଼ୀ ଓ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ମଞ୍ଚାସୀନ ହୋଇ ସଭା ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ସମ୍ପାଦକୀୟ ବିବରଣୀ ପାଠକରି କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳ ଓ ଗଞ୍ଜାମ ଜିଲ୍ଲା ର ପାତ୍ରପୁର ଅଞ୍ଚଳ ରେ ଆନ୍ଧ୍ରପ୍ରଦେଶ ର ପ୍ରଶାସନିକ ଅନୁପ୍ରବେଶ ପ୍ରସଙ୍ଗ ଉପସ୍ଥାପନ କରି ଯେଉଁଥିପାଇଁ ଆମ ରାଜ୍ୟର ସ୍ଥାନୀୟ ଜିଲ୍ଲାପ୍ରଶାସନ ଦାୟୀ ମତବ୍ୟକ୍ତ କରିଥିଲେ। ସଭାପତିତ୍ବ କରୁଥିବା ଉପଦେଷ୍ଟା ମନ୍ମଥ ପାଢୀ ମତବ୍ୟକ୍ତ କରିଥିଲେ ଯେ କୋଟିଆ ଅଞ୍ଚଳକୁ ଆନ୍ଧ୍ର ପ୍ରଶାସନ ଜାଣିଶୁଣି ଦୀର୍ଘବର୍ଷହେଲା ବିବାଦୀୟ କରିରଖିଛନ୍ତି।ଯେହେତୁ ଏ ଅଞ୍ଚଳ ଏକ ବହୁମୂଲ୍ୟବାନ ଖଣିଜ ପଦାର୍ଥ ରେ ଭରପୁର ହୋଇ ରହିଛି।
ତେଣୁ ଏହାକୁ ଅକ୍ତିଆର କରିବା ପାଇଁ ଆନ୍ଧ୍ର ସରକାର ଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଏଥିପାଇଁ ବିଗତ ଦିନରେ ସମ୍ମିଳନୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇ ଥିଲା।ଏହି ଅବସରରେ ଅନ୍ୟତମ ଉପଦେଷ୍ଟା ଡାକ୍ତର ବୃନ୍ଦାବନ ଚନ୍ଦ୍ର ପାଢ଼ୀ, ନବୀନ କୁମାର ପଟ୍ଟନାୟକ ଏଥି ସମ୍ପର୍କିତ ଲିଖିତ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଅନୁପ୍ରବେଶ ଦ୍ବାରା ଏହା ପ୍ରାଦେଶିକ ସୀମା ଆଇନର ଖିଲାପ କରୁଛି ତତସହିତ ବ୍ରହ୍ମପୁର ଏବଂ କୋରାପୁଟ ସଂସଦୀୟ ବୈଧାନିକ ପ୍ରଶ୍ନ ଉପସ୍ଥାପନ କରିବାସହ ଦୋହରି ନାଗରିକତା ଭଳି ଏକ ପ୍ରଶ୍ନବାଚି ସୃଷ୍ଟି କରୁଛି।ଏହା ଉଭୟ ରାଜ୍ୟ ସରକାର ସମେତ କେନ୍ଦ୍ର ସରକାର ଙ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମସ୍ୟା, ଏହାକୁ ତୁରନ୍ତ ସମାଧାନ ନକଲେ ଭବିଷ୍ୟତରେ ବହୁତ ବଡ ସମସ୍ୟା ସୃଷ୍ଟି କରିବା ସମ୍ଭାବନା କୁ ଏଡାଇ ଦିଆଯାଇନପାରେ ବୋଲି ସଭା ଅବସରରେ ଆଲୋଚନା କରାଯିବ ସହ ସ୍ମାରକ ପତ୍ର ପ୍ରଦାନ କରିବା ନିମନ୍ତେ ସ୍ଥିର କରାଗଲା ଅନ୍ୟତମ ବକ୍ତା ଭାବରେ ଡାକ୍ତର ସାଗର ରଂଜନ ତ୍ରିପାଠୀ, କୃଷ୍ଣଚନ୍ଦ୍ର ଦାସ ଏବଂ ସତୀଶ କୁମାର ପାଣିଗ୍ରାହ, ସୂର୍ଯ୍ୟକାନ୍ତ ପାତ୍ର ପ୍ରମୁଖ ଅଂଶଗ୍ରହଣ କରି ମତବ୍ୟକ୍ତ କରିଥିଲେ।ଏହି ଆଲୋଚନା ବୈଠକରେ କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀ ଙ୍କ ସମେତ ଭିଷ୍ମାଚାର୍ଯ୍ୟ ଚୌଧୁରୀ, ପ୍ରଶାନ୍ତ କୁମାର ମହାପାତ୍ର, ବିଚିତ୍ରାନନ୍ଦ ବେବର୍ତ୍ତା, ସୁକାନ୍ତପାଢ଼ୀ , ଡାକ୍ତର ସମରେନ୍ଦ୍ର କୁମାର ସାହୁ, ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପାଢ଼ୀ, ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସ୍ବାଇଁ, ଶ୍ରୀମତୀ ବିଷ୍ଣୁପ୍ରିୟା ମହାପାତ୍ର, ସୁଶାନ୍ତ କୁମାର ପାଢୀ,ରାଧାରମଣ ପଟ୍ଟନାୟକ, ଭବାନୀ ଶଙ୍କର ପାଣିଗ୍ରାହୀ,ଇଂ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଲାଲ ବାହାଦୁର ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
Home ବ୍ରହ୍ମପୁର ସ୍ପେଶାଳ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ବୈଠକ ଅବସରରେ କୋଟିଆ ସମେତ ଅନ୍ୟ ଅଞ୍ଚଳ ରେ ଆନ୍ଧ୍ରପ୍ରଦେଶ...