ଆର୍ଯ୍ୟ ବୈଶ୍ୟ କଲ୍ୟାଣ ମଣ୍ଡପ ଠାରେ ମାଗଣା ସ୍ବାସ୍ଥ୍ୟ ପରିକ୍ଷା ଶିବିର ଅନୁଷ୍ଠିତ

0
162

ବ୍ରହ୍ମପୁର,୧୪/୦୨/୨୦୨୧(ବ୍ୟୁରୋ ରିପୋର୍ଟ) ସ୍ଥାନୀୟ ପ୍ରେମନଗର ସ୍ଥିତ ଆର୍ଯ୍ୟ ବୈଶ୍ୟ କଲ୍ୟାଣ ମଣ୍ଡପ ଠାରେ ଆଜି ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଠାରେ ଶତାଧିକ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଦନ୍ତ ଓ ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ବିତରଣ କରାଯାଇଥିଲା l ବରିଷ୍ଠ ଡାକ୍ତର ନକୁଳ ସାହୁ, ଦନ୍ତ ବିଶେଷଜ୍ଞ ଡା. ହରିଶ୍ ଯୋଗ ଦେଇଥିଲେ l ଶିବିର ପରିଚାଳନାରେ ଏ. ଜଗନ୍ନାଥ, ଏ. ମୁରଲୀ, ପି. ପରମେଶ୍ଵର, ଭି. ଜଗନ୍ନାଥ ସହଯୋଗ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହି ସ୍ବାସ୍ଥ୍ଯ ପରିକ୍ଷା ଶିବିର ପ୍ରତ୍ୟେକ ମାସ ଦ୍ଵିତୀୟ ରବିବାରେ ଏଠାରେ ଅନୁଷ୍ଠିତ ହେଉଥିବା ଡାକ୍ତର ନକୁଳ ସାହୁ ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here