ରାଜ୍ୟ ଏମ୍ ଜି ଏନ୍ ଆର୍ ଜି ଏସ୍ ଅନୁଧ୍ୟାନକାରୀଙ୍କ ଯିଉରା ପଞ୍ଚାୟତ ପରିଦର୍ଶନ ।

0
326

 

ବ୍ରହ୍ମପୁର,୨୪/୦୨/୨୦୨୧: କରୋନା ପରବର୍ତ୍ତୀ କୋଭିଡ୍ କାର୍ଯ୍ୟକ୍ରମ ପରିଚାଳନା ଭିତ୍ତିରେ ଭୁଶୁଡିଥିବା ବେରୋଜଗାରୀ ସମସ୍ୟାର ସୁଧାର ପାଇଁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ସରକାର ପ୍ରମୁଖ ମାଧ୍ୟମ ଭାବେ ପ୍ରାଥମିକତା ଦେଇଛନ୍ତି । ପ୍ରବାସୀ ଫେରନ୍ତା ଦାଦନ ଶ୍ରମିକଙ୍କ ଉପଯୋଗିତା ସହ ଶ୍ରମ ଦିବସ ସୃଷ୍ଟି ନେଇ ପ୍ରକଳ୍ପ ଭିତ୍ତିକ କାର୍ଯ୍ୟ ରାଜ୍ୟସ୍ତରରେ ଚାଲୁ ରହିଅଛି । ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ତତ୍ବାବଧାନରେ ବ୍ଲକ୍ ସ୍ତରରେ କାର୍ଯ୍ୟକାରୀ ହେଉଥିବା ଗ୍ରାମ୍ୟ ପାର୍କ , ଗ୍ରାମ ପୋଖରୀ ପୁନରୁଦ୍ଧାର ସହ ଆଦର୍ଶ ପୋଖରୀ ନିର୍ମାଣ ଏବଂ ସୌନ୍ଦର୍ଯ୍ୟ କରଣ , ଆଦର୍ଶ ଗୁହାଳ ନିର୍ମାଣ , ଗମନାଗମନ ରାସ୍ତା ନିର୍ମାଣ ସହ ପଥ ପାର୍ଶ୍ଵ ବୃକ୍ଷରୋପଣ , ଅସମତଳ ଚାଷଜମି ସମତୁଲକରଣ , ପଡିଆ ଜମିରେ ଫଳ ବୃକ୍ଷ ରୋପଣ ଆଡି ବହୁ କର୍ମନିଯୁକ୍ତି ଯୋଜନା ପଞ୍ଚାୟତ ସ୍ତରରେ ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର ଅନୁଧ୍ୟାନକାରୀ ଦଳ ସ୍ଥଳବିଶେଷରେ ପରିଦର୍ଶନ କରି ତଥ୍ୟ ଅନୁଧ୍ୟାନ କରୁଥିବା ଜଣା ଯାଇଅଛି । ଏହି ପ୍ରସଙ୍ଗ ଭିତ୍ତିରେ ଗତକାଲି ମଙ୍ଗଳବାର ଦିନ ସାନଖେମୁଣ୍ଡି ବ୍ଲକ୍ ଜୀଉରା ପଞ୍ଚାୟତ ଅନ୍ତର୍ଗତରେ କାର୍ଯ୍ୟକାରୀ ହେଉଥିବା ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର କାର୍ଯ୍ୟ ବିଶେଷକୁ ଅନୁଧ୍ୟାନ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଦଳ ପରିଦର୍ଶନ କରିଥିବା ଜଣା ଯାଇଅଛି ।

ରାଜ୍ୟ ଏମ୍ ଜି ଏନ୍ ଆର୍ ଜି ଏସ କମ୍ପୁଟର ପ୍ରୋଗ୍ରାମର ରଶ୍ମୀରଂଜନ ମିଶ୍ର , ଇ ଏଫ୍ ଏମ୍ ଏସ ନୋଡାଲ ଅଧିକାରୀ ଅଜୟ କୁମାର ବାଇ , ଜିଲ୍ଲା ସଂଯୋଜକ ରୀନା ପାଢ଼ୀ ପ୍ରମୁଖ ଆଜି ଜୀଉରା ପଞ୍ଚାୟତ ଗସ୍ତ କରି କାର୍ଯ୍ୟକ୍ରମ ଅନୁଧ୍ୟାନ କରିଛନ୍ତି । ସାନଖେମୁଣ୍ଡି ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଭିକାରୀ ଖଣ୍ଡୁଆଳ , କନିଷ୍ଠ ଯନ୍ତ୍ରୀ ବିଦ୍ୟୁତ୍ ପ୍ରଭା ରଥ , ଏ ପି ଓ ଅରୁଣ କୁମାର ସ୍ବାଇଁ ,ନିର୍ବାହୀ ଅଧିକାରୀ ନିଗମାନନ୍ଦ ପାଣିଗ୍ରାହୀଙ୍କ ସହ ପଞ୍ଚାୟତ ଅନ୍ତର୍ଗତରେ ଚାଲିଥିବା ଗ୍ରାମ୍ୟ ପାର୍କ ଏବଂ ସଂଲଗ୍ନ ଆଦର୍ଶ ପୋଖରୀ ସୌନ୍ଦର୍ଯ୍ୟକରଣ , ବୃକ୍ଷ ରୋପଣ , ପାର୍କ ଅାଲୋକିକରଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ସରପଞ୍ଚ ଶ୍ରୀମତୀ ଲିସାରାଣି ପାତ୍ର , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାତ୍ର ଏବଂ ଗ୍ରାମ ବୁଦ୍ଧିଜୀବୀଙ୍କ ସହ ଗ୍ରାମ ପାର୍ଶ୍ଵରେ ଥିବା ଗାଧୁଆ ଉପଯୋଗୀ ବନ୍ଧକୁ ଆଦର୍ଶ ପୋଖରୀ ଯୋଜନାଭୂକ୍ତ କରି ପ୍ରକଳ୍ପ ଭିତ୍ତିରେ କର୍ଯ୍ୟକରାଇବାକୁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ କରିଛନ୍ତି ।

ଅନୁଧ୍ୟାନକାରୀ ଦଳ ପଞ୍ଚାୟତ ଭିତ୍ତିଭୂମି ପରିଚାଳନା ନେଇ ଜୀଉରା ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ଶିଖିତା ମହିଳା ସରପଞ୍ଚ ଶ୍ରୀମତୀ ଲିସାରାଣୀ ପାତ୍ରଙ୍କୁ ଭେଟି ଉନ୍ନୟନ ମୂଳକ କାର୍ଯ୍ୟଧାରାକୁ ନେଇ ଆଲୋଚନା କରିଥିଲେ । ଗ୍ରାମାଞ୍ଚଳର ଏକ ଛୋଟିଆ ପଞ୍ଚାୟତ ହିସାବରେ ଥାଇ ମଧ୍ୟ ସରକାରୀ ଯୋଜନାର ସଫଳ ରୂପାୟନରେ ପ୍ରମୁଖ ଭାଗିଦାରୀ ନେଇ ଖୁସି ବ୍ୟକ୍ତ କରିଥିଲେ । ସରକାରଙ୍କ ଭିତ୍ତିଭୂମି ବିକାଶ ଦିଗରେ ପଞ୍ଚାୟତର ଭୂମିକା ନେଇ ସରପଞ୍ଚଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ସମନ୍ୱୟକୁ ଗୁରୁତ୍ୱାରୋପ କରିବା ସହିତ ଉନ୍ନୟନ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here