ପୋଲସରା, ୦୩/୦୩/୨୦୨୧: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ପ୍ରସିଦ୍ଧ ଶକ୍ତି ପୀଠ ତଥା ପର୍ଯ୍ୟଟନ କ୍ଷେତ୍ର ମା’ ସିଂହାସିନୀ ଙ୍କ ପୀଠକୁ ଯିବା ରାସ୍ତାର ଚିରିକିପଡା ଶାସନ କଦମ୍ବମୂଳ ବାଲୁଙ୍କେଶ୍ୱର ମନ୍ଦିର ଛକରେ ମୁଖ୍ୟ ତୋରଣ ନିର୍ମାଣ ପାଇଁ ଫେବୃୟାରୀ ୦୩ ତାରିଖ ଦିନ ଭୂମି ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳରେ ମା’ସିଂହାସିନୀ ଙ୍କ ପୀଠକୁ ଯିବା ରାସ୍ତାରେ ମୁଖ୍ୟ ତୋରଣ ନିର୍ମାଣ ପାଇଁ ଭୂମି ପୂଜା ଅନୁଷ୍ଠିତ ହୋଇଥିଲା। କର୍ତ୍ତା ଭାବେ ବିଜେଡି ସମ୍ପାଦକ ଅଶୋକ କୁମାର ବିଷୋୟୀ ଓ ତାଙ୍କ ଧର୍ମପତ୍ନୀ ତଥା ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ତରାଇ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସୂର୍ଯ୍ୟ ନାରାୟଣ ପାଢ଼ୀ ଭୂମି ପୂଜା କାର୍ଯ୍ୟ ପରିଚାଳନା କରିଥିଲେ। ଭୂମି ପୂଜା ପୂର୍ବରୁ ଖୋଳ କୀର୍ତ୍ତନ ସହ ବିଧାୟକ ଶ୍ରୀ ସାହୁ ଗ୍ରାମ ପରିକ୍ରମା କରିଥିବା ବେଳେ ମହିଳାମାନେ ହୁଳହୁଳି ଦେଇ ବନ୍ଦାପନା କରି ସମ୍ବର୍ଦ୍ଧନା ଜଣାଇଥିଲେ। ବହୁ ଲୋକ ପ୍ରତିନିଧି ଙ୍କ ସହ ଗ୍ରାମବାସୀ ବୃନ୍ଦ ଏହି ଉତ୍ସବରେ ଅଂଶ ଗ୍ରହଣ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା