ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପାଳିକାରେ ‘ମୋ ସେବାକେନ୍ଦ୍ର ‘ ର ଶୁଭାରମ୍ଭ

0
172

ପାରଳାଖେମୁଣ୍ଡି, ୦୫/୦୩/୨୦୨୧:-ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତରାଜ ଦିବସ ପାଳନ ଅବସରରେ ରାଜ୍ଯ ସରକାରଙ୍କ ବୈଦୁତିକ ଓ ବୈଷୟିକ ସୂଚନା ବିଭାଗ ତରଫରୁ ‘ମୋ ସେବାକେନ୍ଦ୍ର ‘ ଏବଂ ‘ଓଡିଶା ୱାନ୍ ପୋର୍ଟାଲ ‘ ସେବା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡିଓ କନଫରେନ୍ସି ମାଧ୍ୟମର ଉଦଘାଟନ କହିଛନ୍ତି । ରାଜ୍ଯ ସରକାରଙ୍କ ଦ୍ଵାରା ଅନଲାଇନ୍ ମାଧ୍ୟମରେ ୪୩୦ଟି ସରକାରୀ ସେବା ପ୍ରଦାନ କରାଯାଉଛି । ଯେଉଁ ଲୋକମାନେ ଡିଜିଟାଲ୍ ପ୍ଲାଟଫର୍ମରେ ଉକ୍ତ ସେବା ପାଇପାରୁନାହାନ୍ତି, ସେମାନଙ୍କ ନିମନ୍ତେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଁଏ ଓ ଯେଉଁ ସହରାଞ୍ଚଳ ଗୁଡିକରେ ୨୫ ହଜାରରୁ ଉର୍ଦ୍ଧ ଜନସାଧାରଣ ବସବାସ କରୁଛନ୍ତି ସେଠାରେ ‘ମୋ ସେବାକେନ୍ଦ୍ର ‘ ଖୋଲାଯିବ । ଏଥି ନିମନ୍ତେ ‘ଶ୍ରେୟସ ସହଜ’ ସହ PPP ଉପାୟରେ ସେବା ପ୍ରଦାନ କରିବା ନିମନ୍ତେ ରାଜିନାମା କରିଛନ୍ତି । ଏହାଦ୍ବାରା ଲୋକମାନେ ସରକାରୀ କାର୍ଯ୍ୟାଳୟକୁ ନଯାଇ ବିଭିନ୍ନ ବିଭାଗର ସେବା ଗୁଡିକ ‘ମୋ ସେବାକେନ୍ଦ୍ର’ ରେ ଧାର୍ଯ୍ଯ ଫିଜ୍ ଦେଇ ପାଇପାରିବେ । ପ୍ରାରମ୍ଭରେ ସରକାରଙ୍କ ଦ୍ବାରା ପ୍ରଦତ୍ତ ୪୩୦ଟି ସେବାମଧ୍ୟରୁ ୧୦୦ଟି ‘ମୋ ସେବାକେନ୍ଦ୍ର ‘ରେ ଉପଲବ୍ଧ ହେବ ।ପର୍ଯ୍ୟାୟକ୍ରମେ ଅନ୍ୟ ସରକାରୀ ସେବାଗୁଡିକ ସଂଯୋଗ କରାଯିବ ।’ମୋ ସେବାକେନ୍ଦ୍ର ‘ରେ ଲୋକମାନେ ନିଜର ବିଦ୍ୟୁତ ଦେୟ, ଜଳ କର ସମେତ ବହୁସେବା ପାଇପାରିବେ । ପାରଳାଖେମୁଣ୍ଡି ପୌରପାଳିକା ୱାର୍ଡ ନଂ-୫ରେ ଖୋଲିଥିବା ‘ମୋ ସେବାକେନ୍ଦ୍ର’ ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଅନୁପମ ସାହା,ଉପଜିଲ୍ଲାପାଳ ସଂଗ୍ରାମଶେଖର ପଣ୍ଡା,ପୌରପାଳିକା କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ରାଉତଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

ରିପୋର୍ଟ: ପ୍ରଭାତ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here