ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ, ୯ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ

0
184

ବ୍ରହ୍ମପୁର,୦୬/୦୩/୨୦୨୧:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଠାରେ ଅବସ୍ଥାପିତ କୋର୍ଟରେ କାର୍ଯ୍ୟରତଥିବା ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଆଜି ରାଜ୍ଯ ବାର୍‌ କାଉନସିଲ ନିର୍ଦ୍ଦେଶ ପ୍ରକାରେ କର୍ମକର୍ତ୍ତା ନିର୍ବାଚନ ଘେନି ଆଜି ପ୍ରଥମ ଦିନରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନିର୍ବାଚନ ଅଧିକାରୀ ଲକ୍ଷ୍ମୀ ନାରାୟଣ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ନିର୍ବାଚନ କାର୍ଯ୍ୟକ୍ରମ ପରିଚଳନା ହେଉଥିବା ବେଳେ ଆଜି ପ୍ରଥମ ଦିନରେ ଖେମୁଣ୍ଡି ଓକିଲ ସଂଘର ୯ ଜଣ ସଦସ୍ୟ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସଭାପତି ପଦ ପାଇଁ ପରେଶ ଚନ୍ଦ୍ର ରଥ ଏବଂ ଅଶେଷ ନାଥ ମିଶ୍ର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଉପସଭାପତି ପଦ ପାଇଁ ଗଜାନନ ତ୍ରିପାଠୀ ଏବଂ ରାମକୃଷ୍ଣ ପାଢ଼ୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସଂପାଦକ ପଦ ପାଇଁ ବିଜୟ କୁମାର ପ୍ରଧାନ ଏବଂ ଗିରିଜାନନ୍ଦନ ମେକପ ଓ ମନୋରଞ୍ଜନ ପଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସହସଂପାଦକ ପଦ ପାଇଁ ରବିଚନ୍ଦ୍ର ଗୌଡ଼ ଏବଂ ପ୍ରହଲ୍ଲାଦ ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ପ୍ରଥମ ଦିନରେ ଖେମୁଣ୍ଡି ଓକିଲ ସଂଘର ସଦସ୍ୟ ମାନଙ୍କ ମଧ୍ୟରେ ନିର୍ବାଚନି ଉଷ୍ମତା ଦେଖାଦେଇଛି । ସମସ୍ତ ପଦବି ପାଇଁ ଲଢ଼େଇର ମଇଦାନ ସୃଷ୍ଟି ହୋଇଛି । ତେବେ ବିତ୍ତ ରକ୍ଷକ ପଦବୀ ନିମନ୍ତେ କେହି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିନଥିବା ବେଳେ ୮ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here