ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଶ୍ରମ ଆଇନରେ ସଂସ୍କାର ଓ କୃଷି କ୍ଷେତ୍ରର କର୍ପୋରେଟୀକରଣ ବିରୁଦ୍ଧରେ ମହିଳାଙ୍କ ସଂଘର୍ଷ ଓ ଭବିଷ୍ୟତ ଶୀର୍ଷକ ଆଲୋଚନା ଚକ୍ର

0
142

ବ୍ରହ୍ମପୁର,୦୮/୦୩/୨୦୨୧:ଟ୍ରେଡ ୟୁନିଅନ ସେଣ୍ଟର ଅଫ ଇଣ୍ଡିଆ ସହ ସହବନ୍ଧିତ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ଓ କ୍ରାନ୍ତିକାରୀ କୃଷକ ସଭା (ଏ.ଆଇ.କେ.କେ.ଏସ୍) ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଏନ ଜି ଓ ହଲରେ ଶ୍ରମ ଆଇନରେ ସଂସ୍କାର ଓ କୃଷି କ୍ଷେତ୍ରର କର୍ପୋରେଟୀକରଣ ବିରୁଦ୍ଧରେ ମହିଳାଙ୍କ ସଂଘର୍ଷ ଓ ଭବିଷ୍ୟତ ଶୀର୍ଷକ ଆଲୋଚନା ଚକ୍ର ପି.ପାର୍ବତୀ ଓ ସୁଲତା କୁମାରୀ ଜେନା ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ସାମାଜିକ କର୍ମୀ ଲୀନା ଚାନ୍ଦ ମହିଳାଙ୍କ ଅଧିକାର କିପରି ହନନ ହେଉଛି ସେସମ୍ପର୍କରେ ଅଧିକ ସଚେତନ ହେବା ସହ ସଂଘର୍ଷ ଜାରି ରଖିବାକୁ ହେବ ଏବଂ ଶ୍ରମ ଆଇନରେ ସଂସ୍କାର ଓ କୃଷି କ୍ଷେତ୍ରର କର୍ପୋରେଟୀକରଣ ଫଳରେ ଆମର ସମସ୍ତ ଅଧିକାର ହଡପ କରି ଆଦାନୀ ଓ ଆମ୍ବାନୀର ଗୋତି ଶ୍ରମିକ ଭାବେ ଖଟାଇବାକୁ ଆମ ସରକାର ନିରନ୍ତର ପ୍ରୟାସ କରି ଚାଲିଛି ଏହା ବିରୁଦ୍ଧରେ ଶ୍ରମିକ ଓ ଏକ ହୋଇ ସଂଘର୍ଷ କଲେ ହିଁ ପ୍ରକୃତ ଅଧିକାର ମିଳି ପାରିବ ବୋଲି ନିଜ ଆଲୋଚନାରେ ଉପସ୍ଥାପନ କରିଥିଲେ । ସୁଦ୍ଧା ଭରଦ୍ବାଜ, ଗୌରୀ ଲଙ୍କେଶ, ନବଦୀପ କୌର, ବିନ୍ଦର କୌର ଭଳି ମହିଳା ସାଥି ମାନେ ଯେଉଁ ସଂଘର୍ଷ କରି ସମାଜ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଛନ୍ତି, ସେଥିପାଇଁ ଆମେ ବାହାରକୁ ବାହାରି ସଚେତନ ହୋଇ ସଂଘର୍ଷ କଲେ ହିଁ ସମାଜରେ ପରିବର୍ତ୍ତନ ଆସିବ ବୋଲି ସୁଚିତ୍ରା ମହାନ୍ତି ପ୍ରକାଶ କରିଥିଲେ । ଆମେ ଏକ ହୋଇ ମନରେଗା କାମର ଅବ୍ୟବସ୍ଥା, ନିର୍ଧାରିତ ଦୈନିକ ମଜୂରୀ ଓ ସମାନ କାମକୁ ସମାନ ମଜୂରୀ ପାଇବାକୁ ଲଢେ଼ଇ କରିବାକୁ ହେବ ବୋଲି ମହିଳା ନେତ୍ରୀ ପି ପାର୍ବତୀ ଆହ୍ବାନ ଦେଇଥିଲେ । କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ସାଧାରଣ ଜନତାଙ୍କ ସ୍ୱରକୁ ଅବଦମିତ କରିବା ପାଇଁ ପୁରୁଷ ପ୍ରଧାନ ସମାଜ ଓ ଶାସକୀୟ ରଣକୌଶଳ ବିରୋଧରେ ପ୍ରତିବାଦ କରୁଥିବା ସଂଗ୍ରାମୀ ମହିଳା ମାନଙ୍କୁ ସଂଗ୍ରାମୀ ଅଭିବାଦନ ଜଣାଇବା ସହ ବଞ୍ଚିବା ଯୋଗ୍ୟ ମଜୂରୀ ଏବଂ କ୍ରୀତଦାସ ଭାବେ ତିଆରି ପାଇଁ ଉଦ୍ଧିଷ୍ଟ ମୋଦି ସରକାରଙ୍କ ୩ଟି କଳା କୃଷି ଆଇନ ବିରୁଦ୍ଧରେ ସଂଘର୍ଷ କରି ବିଜୟ ଲାଭ କଲେ ହିଁ ଆମର ପ୍ରକୃତ ଭବିଷ୍ୟତ ନିର୍ମାଣ ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ । ଛାତ୍ରୀ ନେତ୍ରୀ ରାଜେଶ୍ବରୀ ନାହାକ ସମାଜରେ ପ୍ରଚଳିତ ପୁଅ ଓ ଝିଅ ମଧ୍ୟରେ ଫରକକୁ ଭାଙ୍ଗବାକୁ ହେବ ବୋଲି ଆହ୍ବାନ ଦେଇଥିଲେ । ଏହି ଆଲୋଚନା ସଭାରେ ମାହେଶ୍ବରୀ ଦାଶ, ବନୀତା ସ୍ବାଇଁ, ଝୁମୁରି ଦାଶ, ମୋହିନୀ ଦାଶ, ପ୍ରତିମା ଦାଶ ଆଦି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here