କାନକୁଟୁରୁରେ “ମୋ ଗେହ୍ଲା ଝିଅ” କାର୍ଯ୍ୟକ୍ରମ

0
129

ବୁଗୁଡା, ୦୮/୦୩/୨୦୨୧: ବୁଗୁଡା ବ୍ଲକ ଅନ୍ତର୍ଗତ ଶଙ୍କୁରୁ ଗ୍ରାମ ପଞ୍ଚାୟତର କାନକୁଟୁରୁ ଗ୍ରାମ ଅଙ୍ଗନୱାଡି କେନ୍ଦ୍ର-୧ ରେ “ମୋ ଗେହ୍ଲା ଝିଅ” କାର୍ଯ୍ୟକ୍ରମ ମାର୍ଚ୍ଚ ୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶଙ୍କୁରୁ ଗ୍ରାମ ପଞ୍ଚାୟତର ସରପଞ୍ଚ ସୁମିତ୍ରା ନାୟକ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କନକୁଟୁରୁ ଗ୍ରାମର ମାତା ରଶ୍ମିତା ରାଉତ ଓ ପିତା ଅନାଦି ରାଉତ ଙ୍କ ଶିଶୁକନ୍ୟାଙ୍କୁ ” ମୋ ଗେହ୍ଲା ଝିଅ ” ଭାବେ ବନ୍ଦାପନା କରି ସମ୍ମାନିତ କରା ଯାଇଥିଲା। ସରପଞ୍ଚ ଶ୍ରୀମତୀ ରାଉତ ଗେହ୍ଲା ଝିଅଙ୍କୁ ପାଞ୍ଚ ଶହ ଟଙ୍କା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ ସୁକାନ୍ତି ସାହୁ ଓ ସୁଲତା କୁମାରୀ ଦାଶ ଏବଂ ସହାୟିକା ଲକ୍ଷ୍ମୀ ଜେନା ଓ ପ୍ରତିମା ଗୌଡ଼ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here