ପ୍ରଗତିଶୀଳ ରାଷ୍ଟ୍ର ନିର୍ମାଣରେ ମହିଳାଙ୍କ ଭୂମିକା ଜରୁରୀ

0
143

 

ବ୍ରହ୍ମପୁର,୦୮/୦୩/୨୦୨୧:ବିକଶିତ ରାଷ୍ଟ୍ର ଗଠନରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଥିଙ୍କ ମାନବାଧିକାର ସଂଗଠନ(ଟିଏମଏସ) ପକ୍ଷରୁ ଆୟୋଜିତ ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି।ସ୍ଥାନୀୟ ଗାନ୍ଧୀନଗର ଦ୍ୱିତୀୟ ଲାଇନ ସ୍ଥିତ ଡିଏଭି ସ୍କୁଲ ନିକଟରେ ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ମହିଳା ସଶକ୍ତିକରଣ ଉପରେ ଏକ ଆଲୋଚନାଚକ୍ର ରାଜ୍ୟ ଉପସଭାପତି ସତ୍ୟନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ମହିଳାଙ୍କ ସଶକ୍ତିକରଣ ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି।ପ୍ରଚାର ପ୍ରସାର ଅଭାବ ହେତୁ ମହିଳାଙ୍କ ନିକଟରେ ପହଞ୍ଚୁ ନାହିଁ ବୋଲି ବହୁ ବକ୍ତା କହିଥିଲେ।ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନ ମହିଳା ସେଲ ଆଇନ ପରାମର୍ଶଦାତା ସଂଘମିତ୍ରା ବେହେରା ମହିଳାଙ୍କ ସୁରକ୍ଷା ନିମନ୍ତେ ସମ୍ବିଧାନରେ ରହିଥିବା ବିଭିନ୍ନ ଦିଗ ଉପରେ ସଚେତନ କରିଥିଲେ।ସେହିଭଳି ଲିଗାଲ ସେଲ ପକ୍ଷରୁ ୧୦୦ ଜଣ ମହିଳାଙ୍କୁ ସେମାନଙ୍କ ସୁରକ୍ଷା ନିମନ୍ତେ ରହିଥିବା ବିଭିନ୍ନ ଦିଗ ଉପରେ ସଚେତନତା ସୃଷ୍ଟି କରିବା କାର୍ଯ୍ୟକ୍ରମ ଆସନ୍ତା କାଲିଠୁ ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଛି।ଶେଷରେ ସଂଗଠନ ପକ୍ଷରୁ ଉପସ୍ଥିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା।ଏଥିରେ ସମାଜସେବୀ ଅଶ୍ୱିନୀ ପଟ୍ଟନାୟକ,ସାମ୍ବାଦିକ ରମେଶ ସାହୁ,ଶରତ ଚନ୍ଦ୍ର ନନ୍ଦ,ସଂଗଠନ ଜିଲ୍ଲା ମହିଳା ସଭାନେତ୍ରୀ ସୁଚିତ୍ରା କୁମାରୀ ସାହୁ,ସମ୍ପାଦିକା ପ୍ରସାଦ କୋମଲି,ସମ୍ପାଦକ ବଂଶୀଧର ଦାସ,ପି ପୂଜାରାଣୀ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here