ପ୍ରେମୀଯୁଗଳଙ୍କ ରକ୍ତ ଜୁଡୁବଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର

0
405

ପାରଳାଖେମୁଣ୍ଡି, ୦୮/୦୩/୨୦୨୧: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ତଥା ଗୁରାଣ୍ଡି ଥାନା ଅନ୍ତର୍ଗତ କଣ୍ଟାଗଡ ଗ୍ରା ପଞ୍ଚାୟତର ଆରିବା ଗ୍ରାମର ଏକ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଘଟଣାରୁ ପ୍ରକାଶ, ମୃତ ପ୍ରେମୀଯୁଗଳ ହେଲେ ତାଲୁରୁ ଶ୍ରୀନୁ (୨୮) ଓ ଏସ୍‌. ଡିଲେଶ୍ୱରୀ (୨୧) । ଉଭୟଙ୍କ ମଧ୍ୟରେ ଗତ ୩ବର୍ଷରୁ ଉର୍ଦ୍ଧ ସମୟ ଧରି ପ୍ରେମ ସମ୍ପର୍କ ରହି ଆସିଥିଲା । ହେଲେ ଏହାକୁ ଝିଅ କନ୍ୟା ଘର ବିରୋଧ କରି ଆସୁଥିଲେ । ଗତକାଲି ସନ୍ଧ୍ୟା ସମୟରେ କୌ÷ଣସି କାରଣରୁ ପ୍ରେମିକ ଶ୍ରୀନୁ ପ୍ରେମିକା ଡିଲେଶ୍ୱରୀଙ୍କ ଘରକୁ ଆସିଥିଲେ । କିଛି ସମୟ ପରେ ଗ୍ରାମ ସାରା ପ୍ରଚାର ହେଲା ପ୍ରେମୀଯୁଗଳଙ୍କ ମୃତ ଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରେମିକାର ଘରେ ପଡି ରହିଛି । କେତେକ ଏହି ଶବ ଦୁଇଟିକୁ ଦେଖି ହତ୍ୟା କରିଥିବାର ସନ୍ଦେହ କରାଯାଉଥିବା ବେଳେ ଅନ୍ୟ ପକ୍ଷରେ ଦୁଇ ଜଣ ପ୍ରେମୀଯୁଗଳ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ଅନ୍ୟ କେତେକ ଗ୍ରାମବାସୀ ଚର୍ଚ୍ଚା ଚଳାଇଛନ୍ତି । ଏହି ଉଭୟଙ୍କ ଘର ଆରିବା ଗ୍ରାମର ବଡସାହି ଅଟେ । ଘଟଣା ସମ୍ପର୍କରେ ଗୁରାଣ୍ଡି ଥାନା ପୋଲିସ ରାତ୍ର ୮ଘଣ୍ଟା ସମୟରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସୋମବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅନୁସନ୍ଧାନ କରାଯିବ ବୋଲି ଗୁରାଣ୍ଡି ଥାନା ଏସ୍‌ଆଇ ଲୋକନାଥ ବେହେରା ସୂଚନା ଦେଇଥିଲେ । ଆଜି ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡା କହିଛନ୍ତି, ଘଟଣା ନେଇ ଏକ ମାମଲା ରୁଜୁ ହୋଇଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଆସି ପହଞ୍ôଚ ଆବଶ୍ୟକୀୟ ପଞ୍ଚନାମା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମସ୍ତ ତଦନ୍ତ ଓ ଅନୁଧ୍ୟାନ କରିଛନ୍ତି । ଏହାପରେ ଦୁଇ ଶବକୁ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଶବବ୍ୟଚ୍ଛେଦ ରିପୋର୍ଟ ସହ ସାଇଣ୍ଟିଫିକ୍ ଟିମ୍‌ର ରିପୋର୍ଟ ପହଞ୍ôଚବା ପରେ ସବୁ କିଛି ରହସ୍ୟ ଉଦ୍‌ଘାଟିତ ହେବ । ତଥାପି ପୋଲିସର ତଦନ୍ତ ଜାରୀ ରହିଛି ।
ରିପୋର୍ଟ: ପ୍ରଭାତ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here