ବ୍ରହ୍ମପୁର,୦୮.୦୩.୨୦୨୧: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସମଗ୍ର ଶିକ୍ଷା ଗଞ୍ଜାମ ଛତ୍ରପୁର ଙ୍କ ନିର୍ଦ୍ଦେଶ କ୍ରମେ ଗୋଷ୍ଠୀ ଶିକ୍ଷାଧିକାରୀ କୋଦଳା, ବେଗୁନିଆପଡା ଙ୍କ ତତ୍ତ୍ଵାବଧାନରେ ଆଜି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ଙ୍କ ଉଦ୍ଦେଶ୍ଯ ରେ ଏକ ତାଲିମ ଶିବିର ସଂଚାର – ୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବେଗୁନିଆପଡା ଗୋଷ୍ଠି ଶିକ୍ଷାଧିକାରୀ କମଳ କାନ୍ତ ସାହୁ ଯୋଗ ଦେଇ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କର ସଠିକ୍ ଯତ୍ନ ନେବା ପାଇଁ ଅଭିଭାବକ ମାନଙ୍କୁ କହିବା ସହ ଆନ୍ତର୍ଜାତୀୟ ମହିଳା ଦିବସ ବିଷୟରେ ଉପସ୍ଥିତ ମହିଳା ମାନଙ୍କୁ କହିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିପିନ କୁମାର ସାହୁ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଏଥିରେ ତାଲିମ୍ ଦାତା ଶ୍ରୀମତୀ ସସ୍ମିତା କ଼ୁମାରୀ ବାରିକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ କିପରି ଯତ୍ନ ନେବେ ଏବଂ ସେମାନେ କିପରି ମୁଖ୍ୟସ୍ରୋତରେ ସାମିଲ ହେବେ ଏବଂ ସ୍ୱାବଲମ୍ବୀ ହୋଇପାରିବେ ଏ ନେଇ ଶ୍ରୀମତୀ ବାରିକ ଅଭିଭାବକ ମାନଙ୍କୁ କହିଥିଲେ । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ବି ଆର୍ ଟି ଧ୍ରୁବ ଚରଣ ସେଠୀ , ପ୍ରଶାନ୍ତ ପ୍ରଧାନ, ସି ଆର୍ ସି ସି ରବିନ୍ଦ୍ର ନାଥ ମହାରଣା ପ୍ରମୂଖ ଉପସ୍ଥିତ ରହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ କିପରି ଯତ୍ନ ନେବ ଏବଂ ସେମାନେ କିପରି ଶିକ୍ଷା ଅର୍ଜନ କରିବେ ସେ ଦିଗରେ ଅଭିଭାବକ ମାନେ ଧ୍ୟାନ ଦେବା ପାଇଁ ମତ ବ୍ୟକ୍ତ କରିଥିଲେ । ଏଥିରେ ୪୦ ଜଣ ଅଭିଭାବକ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିବା ସହ ଏଥିରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ
ଆଇ ଇ ଭି ସତ୍ୟବାନ ଜେନା ଏବଂ କୃଷ୍ଣ ଚନ୍ଦ୍ର ଭୂୟାଁ ସଂଯୋଜନା କରିଥିଲେ ।
Home ବ୍ରହ୍ମପୁର ସ୍ପେଶାଳ ତାଳସର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ଅଭିଭାବକ ନିମନ୍ତେ ତାଲିମ ଶିବିର ଅନୁଷ୍ଠିତ