ଗଞ୍ଜାମ ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ର ଶେଷ ଦିନରେ ଦାଖଲ କରିଲେ ୪ ପ୍ରାର୍ଥୀ

0
159

ବ୍ରହ୍ମପୁର, ୦୮/୦୩/୨୦୨୧:ଗଞ୍ଜାମ ଓକିଲ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ର ଆଜି ଶେଷ ଦିନ ଥିଲା। ଶେଷ ଦିନ ରେ ୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ଗତ ୬ ତାରିଖ ଦିନ ପ୍ରାର୍ଥୀପତ୍ର ଦାଖଲ ର ପ୍ରଥମ ଦିନ ରେ ମୋଟ ୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ସଭାପତି ପଦ ପାଇଁ ବରିଷ୍ଠ ଆଇନଜୀବୀ ଶିଶିର ପାଢ଼ୀ, ଉପସଭାପତି ପାଇଁ ଦିଲ୍ଲିପ କୁମାର ପାତ୍ର, ସଂପାଦକ ପଦ ପାଇଁ ପ୍ରଦୀପ କୁମାର ବେହେରା ଏବଂ ଯୁଗ୍ମ ସଂପାଦକ ପାଇଁ ସୁଧୀର କୁମାର ପାତ୍ର ପ୍ରାର୍ଥୀପତ୍ର ଦାଖଲ କରିଥିଲେ।ସେପରି ଦ୍ବିତୀୟ ଦିନରେ ଯୁଗ୍ମ ସଂପାଦକ ପଦ ପାଇଁ ହେମନ୍ତ ପଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ପ୍ରାର୍ଥୀପତ୍ର ଦାଖଲ ର ଶେଷ ଦିନ ରେ ସଭାପତି ପଦ ପାଇଁ ଜନାର୍ଦ୍ଦନ ସୁବୁଦ୍ଧି, ଉପସଭାପତି ପଦ ପାଇଁ ବି. ଭାଗିରଥି ରାଓ, ହରେକୃଷ୍ଣ ପଟ୍ଟନାୟକ ଏବଂ ସଂପାଦକ ପଦ ପାଇଁ ସୁଶୀଳ କୁମାର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ଆସନ୍ତା ୧୦ ତାରିଖରେ ପ୍ରାର୍ଥୀପତ୍ର ଯାଂଚ ହେବାକୁ ଥିବା ବେଳେ ୧୩ ତାରିଖ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧ୍ୟାର୍ଯ୍ୟ ହୋଇଛି। ଆସନ୍ତା ୧୫ ତାରିଖ ରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଚୁଡାନ୍ତ ତାଲିକା ପ୍ରକାଶ ପାଇବ। ଆସନ୍ତା ୨୭ ତାରିଖ ସକାଳ ୮ ରୁ ଦିନ ୩ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବା ସହ ୪ଟା ସମୟରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ଓକିଲ ସଂଘ ନିର୍ବାଚନ ଅଧିକାରୀ ପ୍ରସାଦ ରାଓ ପ୍ରେସ ରିଲିଜ ରେ ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here