ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

0
197

ବ୍ରହ୍ମପୁର, ୦୯/୦୩/୨୦୨୧: ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ କୁମାର ମହାନ୍ତି ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ସଭାରେ ମୂଖ୍ଯ ଅତିଥି ଭାବେ ମୋହନା ତହସିଲଦାର ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା(ଓଏଏସ୍) ଯୋଗ ଦେଇ “ଦୁର୍ଗା ପ୍ରତି” ଶୀର୍ଷକ ରେ କବିତା ଆବୃତ୍ତି କରିବା ସହ ନାରୀ ମାନଙ୍କର ସାମାଜିକ ସମସ୍ୟା ତଥା ଲିଙ୍ଗଗତ ପ୍ରଭେଦ ଉପରେ ରେଖାପାତ କରିଥିଲେ। କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ କାହ୍ନା ଚାରିଟେବଲ୍ ଟ୍ରଷ୍ଟ ର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସମାଜସେବା କ୍ଷେତ୍ର ରେ ବ୍ରତୀ ହେବା ପାଇଁ ଉତ୍ସାହିତ କରିଥିଲେ। ସଭାର ଅନ୍ୟତମ ସମ୍ମାନୀତ ଅତିଥି ଭାବେ ରବିନ୍ ହୁଡ ଆର୍ମି ର ବ୍ରହ୍ମପୁର ଶାଖା ପରିଚାଳିକା ସ୍ବେଚ୍ଛାସେବୀ ଶ୍ରୀମତୀ ଟାଟା ବିଜୟଲକ୍ଷ୍ମୀ ଉପସ୍ଥିତ ରହି ଭାରତର ଖାଦ୍ୟ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଶ୍ବବିଦ୍ୟାଳୟ ତରଫରୁ ଆୟୋଜିତ କରାଯାଇଥିବା “ରଚନା ଲିଖନ” ପ୍ରତିଯୋଗିତା ରେ ସଫଳତା ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ବିଶ୍ବବିଦ୍ୟାଳୟ ର କୁଳସଚିବ ଶ୍ରୀଯୁକ୍ତ ଦିଲୀପ କୁମାର ବଳ, ପରିକ୍ଷା ନିୟନ୍ତ୍ରକ ଡଃ ପବିତ୍ର ମୋହନ ନନ୍ଦ, ସ୍ନାତକୋତ୍ତର ପରିଷଦର ଅଧକ୍ଷ ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ, ବିତ୍ତ ନିୟନ୍ତ୍ରକ ଶ୍ରୀମତୀ ମିନତୀ ସାହୁ ଆଦି ଉପସ୍ଥିତ ରହି ସଭାକାର୍ଯ୍ୟ କୁ ତ୍ବରାନ୍ବିତ କରିଥିଲେ। ସଭା ଶେଷରେ ସହକାରୀ ପ୍ରଫେସର ଡଃ ଶାରଦା ପ୍ରସାଦ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here