ଶିଶୁଙ୍କ ପାଇଁ ପାରିବାରିକ ଯତ୍ନ ସର୍ବଶ୍ରେଷ୍ଠ,ପ୍ରସ୍ତୁତ ହେବ ଜିଲ୍ଲା ଡ୍ରାଫ୍ଟ ପ୍ଲାନ,ରାଜ୍ୟରେ ପ୍ରଥମ ଗଞ୍ଜାମ

0
480

ଛତ୍ରପୁର,୧୦/୦୩/୨୦୨୧(ବ୍ୟୁରୋ ରିପୋର୍ଟ)ଗଞ୍ଜାମ ଜ଼ିଲ୍ଲା ର ଶିଶୁ ମାନେ କିଭଳି ପାରିବାରିକ ଯତ୍ନ ସହ ସୁରକ୍ଷିତ ରହିବେ ଓ ସେମାନଙ୍କ ର ବିକାଶ ହୋଇପାରିବ ସେନେଇ ଉଦ୍ୟମ ଆରମ୍ଭ ହୋଇଛି । ବୁଧବାର ଛତ୍ରପୁର ସ୍ଥିତ ଜ଼ିଲ୍ଲାପାଳଙ୍କ ସଦଭାବନା ସଭାଗୃହ ରେ ପ୍ରଶାସନ, ଅରୁଣା ଓ କ୍ୟାଥୋଲିକ ରିଲିଫ ସର୍ଭିସ ( ସିଆରଏସ ) ଅନୁଷ୍ଠାନ ପକ୍ଷରୁ ମିଳିତ ଭାବେ ଏସମ୍ପର୍କୀୟ ଏକ ଆଲୋଚନା ବୈଠକ ଆୟୋଜିତ ହୋଇଥିଲା । ଏଥିରେ ଅତିରିକ୍ତ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ କହିଥିଲେ ଯେ ଶିଶୁ ମାନଙ୍କ ର ଟ୍ରାକ ରେକର୍ଡ ଅନୁଧ୍ୟାନ ସହ କେଉଁଠି ରହିଲେ କେଉଁ ପିଲା ସୁରକ୍ଷିତ ରହିବେ ତାର ନିଷ୍କର୍ଷ ବାହାର କରିବାକୁ ପଡିବ । ଶିଶୁ ଯତ୍ନ କେନ୍ଦ୍ର ସମ୍ପୂର୍ଣ୍ଣ ବନ୍ଦ କରି ହେବନି ମାତ୍ର ପରିବାର ସହ ଶିଶୁ ରହିଲେ ବହୁ ଉତ୍ତମ ବୋଲି ଅତିରିକ୍ତ ଜ଼ିଲ୍ଲାପାଳ କହିଥିଲେ । ସେ ଆହୁରି କହିଥିଲେ ଯେ ଶିଶୁ ମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସରକାରୀ ଯୋଜନା ର ସଫଳ ରୂପାୟନ ହେଉଛି ସମସ୍ତଙ୍କ ମତାମତ ନେଇ ଶିଶୁ ର ଆବଶ୍ୟକତା ତଥା ଜ଼ିଲ୍ଲା ଭିତିକ ଶିଶୁ ସୁରକ୍ଷା ସମ୍ଭଧୀୟ ଜ଼ିଲ୍ଲା ଡ୍ରାଫ୍ଟ ପ୍ଲାନ ପ୍ରସ୍ତୁତ କରିବା ଉପରେ ଅତିରିକ୍ତ ଜ଼ିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ସିଆରଏସ ର ପ୍ରକଳ୍ପ ଅଧିକାରୀ ମନୋରଞ୍ଜନ ଦାଶ ଡ୍ରାଫ୍ଟ ପ୍ଲାନ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେବା ସହ ପରିବାର ଥିବା ଶିଶୁ ମାନେ କିଭଳି ଶିଶୁ ଯତ୍ନ କେନ୍ଦ୍ରରେ ନରହି ପାରିବାରିକ ଯତ୍ନରେ ରହିପାରିବେ ସେ ବିଷୟରେ ଆଲୋକପାତ କରିଥିଲେ । ଅରୁଣାର ପ୍ରକଳ୍ପ ନିର୍ଦେଶକ ଲୋକନାଥ ମିଶ୍ର କହିଥିଲେ ଯେ ଗରିବ ତଥା ସମ୍ବେଦନଶିଳ ସ୍ଥାନରେ ଥିବା ଶିଶୁଙ୍କୁ ନିଜ ଅଂଚଳରେ ସମ୍ପୃକ୍ତ ପଂଚାୟତ ସେମାଙ୍କର ଥଇଥାନ ଓ ଯତ୍ନ ନେଲେ ଶିଶୁମାନଙ୍କ ସୁରକ୍ଷା ସହ ବିକାଶ ହୋଇପାରିବ।
ଅନାଥ ନଥିବା ପିଲାମାନେ ଶିଶୁ ଯତ୍ନ ଅନୁଷ୍ଠାନ କୁ ନ ଯାଇ ନିଜ ପରିବାର ସହ ରହିବେ ଏବଂ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ସହ ବିକାଶ ହୋଇପାରିବ ସେ ଉପରେ ଉପସ୍ଥିତ ରିଶୋର୍ସ ପର୍ସନ ମାନେ ମତ ରଖିଥିଲେ । ଜିଲ୍ଲା ମଙ୍ଗଳ ବିଭାଗ, ମହିଳା ଓ ଶିଶୁ ବିକାଶ, ଶିଶୁ ସୁରକ୍ଷା, ସମାଜ ସୁରକ୍ଷା ବିଭାଗ ମାନେ ମିଳିତ ତଥା ସମନ୍ୱୟ ରକ୍ଷାକରି ଶିଶୁ ମାନଙ୍କର ବିକାଶ କରାଯାଇପାରିବ ବୋଲି କୁହାଯାଇଥିଲା । ସେହିପରି ବାଲ୍ୟ ବିବାହିତ, ଶିଶୁ ଶ୍ରମିକ, ଅନାଥ ଶିଶୁ ଶିଶୁ ଯତ୍ନ କେନ୍ଦ୍ରରେ ପରିବାର ଠାରୁ ଦୂରରେ ରହୁଥିବା ଶିଶୁ, ଏଚ ଆଇ ଭି ସଂକ୍ରମିତ ଶିଶୁ, ଅଧାରୁ ପାଠପଢା ଛାଡିଥିବା ଶିଶୁ , ପ୍ରବାସୀ ଶିଶୁ, ଶିଶୁ ଚାଲାଣ ପୀଡିତ ମାନଙ୍କୁ ମଧ୍ୟ କିଭଳି ଉଦ୍ଧାର କରି ସେମାନଙ୍କ ପରିବାରରେ ଏକାଠି ରଖିବା ସହ ସେମାନଙ୍କର ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ୱ ଦେଇ ଜିଲ୍ଲା ଡ୍ରାଫ୍ଟ ପ୍ଲାନ କରିବା ପାଇଁ ସ୍ଥିର ହୋଇଛି । କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପରଖିତ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ଜିଲ୍ଲା ସମାଜ ସୁରକ୍ଷା ଅଧିକାର ଶୁଭ୍ରାଂଶୁ କୁମାର ମହାରଣ, ଜିଲ୍ଲା ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର, ବ୍ରହ୍ମପୁର ଡ଼ି ଏସ ପି ବିମଳ କାନ୍ତ ନାୟକ, ଗଞ୍ଜାମ ପୋଲିସ ଡି ଏସ୍ ପି ସାମୁଏଲ ପ୍ରଧାନ ସୁସ୍ମିତା ଭୋଇ, ଅରୁଣାର ସମ୍ପାଦିକା ସୌଦାମିନୀ ରଥ, ସୂର୍ଯ୍ୟସ୍ମିନ ପଣ୍ଡିତ ଓ ଦେବୀଦତ୍ତ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here