ମଝି ସମୁଦ୍ର ରେ ଓଲଟି ବେଲୁନ୍ ବୋଟ୍, ସୁରକ୍ଷିତ ଭାବେ ଉଦ୍ଧାର ହେଲେ ସମସ୍ତ ଯାତ୍ରୀ

0
170

ବ୍ରହ୍ମପୁର, ୧୧/୦୩/୨୦୨୧:ମଝି ସମୁଦ୍ର ରେ ଅଘଟଣ। ଗୋପାଳପୁର ସମୁଦ୍ର ଭିତରକୁ ଯାଇଥିବା ବେଲୁନ୍ ବୋଟ୍ ମଝି ସମୁଦ୍ର ଓଲଟି ପଡ଼ିଲା ।ଏଥି ରେ ୯ ଜଣ ଯାତ୍ରୀ ଥିବା ବେଳେ ଏହା ସମୁଦ୍ର କୂଳ କୁ ଫେରିବା ବାଟରେ ଓଲଟି ପଡିଥିଲା। ସମୁଦ୍ର କୁଳରୁ ୭୦ ମିଟର ପୂର୍ବରୁ ଏହି ବେଲୁନ୍ ବୋଟ୍ ଟି କୌଣସି କାରଣରୁ ଓଲଟି ପଡିଥିଲା। ଏଥିରେ ୨ ଜଣ ବୃଦ୍ଧ ଦମ୍ପତି ୩ ଯୁବକ,୨ ଯୁବତୀ ଏବଂ ଅନ୍ୟମାନେ ଗଭୀର ପାଣିରେ ବୁଡି ଯାଇଥିଲେ । ଘଟଣା ଘଟିବାର ଖବର ପାଇ ତୁରନ୍ତ ସୁରକ୍ଷା ଟିମ ସମୁଦ୍ର ଭିତରକୁ ଯାଇ ସମସ୍ତ ଯାତ୍ରୀ ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଏ ନେଇ ଥାନାରେ ଏକ ମାମଲା ରୁଜୁ ହେବା ସହ ପୋଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here