ଅନାଥ ଶିଶୁଙ୍କ ଥଇଥାନ ପାଇଁ ବୈଠକ

0
214

ଦିଗପହଣ୍ଡି,୧୨/୦୩/୨୦୨୧:ଦିଗପହଣ୍ଡି ବ୍ଲକର ଘୋଡାହାଡ଼ ପାଣି ପଂଚାୟତ ବୈଠକ ଗୃହରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଦ୍ୱରା ବ୍ଲକର ଯତ୍ନ ଓ ସୁରକ୍ଷା ଲୋଡୁଥିବା ଅନାଥ ଶିଶୁଙ୍କ ଉତ୍ତମ ଭବିଷ୍ୟତ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତି ଗଂଜାମର ଏକ୍ସପେର୍ଟ ମେମ୍ବର ଡ଼ ଶ୍ୟାମାକାନ୍ତ ଜେନା ପୂର୍ବରୁ ଚିନ୍ନଟ କରାଯାଇଥିବା ୨୫ଟା ପଞ୍ଚାୟତ ଓ ଗୋଟିଏ ଏନ ଏ ସିରୁ ଆସିଥିବା ୭୯ ଅନାଥ ଶିଶୁ ମାନଙ୍କୁ ଧନ୍ଦାମୂଳକ ତାଲିମ, ସରକାରୀ ପୃଷ୍ଟପୋଷକ, ଆବାସ ଯୋଜନା, ରାସନ କାର୍ଡ ସହ ଆନୁଷ୍ଠାନିକ ଯତ୍ନ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ଦିଗରେ ଆଲୋଚନା କରିଥିଲେ । ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ଶିଶୁଯୌନ ନିର୍ଯାତନା ତଥା ବିପଦ ସଂକୁଳ ପରିସ୍ଥିତିରେ ଥିବା ଶିଶୁ ମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପୁସ୍ପଞ୍ଜଳି ଶତପଥୀ ଉପସ୍ଥିତ ସମସ୍ତ ସୁପର ଭାଇଜର ଓ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଶିବ ପ୍ରସାଦ ରଥ ପରିଚାଳନା କରିଥିବା ବେଳେ ସ୍ୱଛାସେବୀ ଅନୁଷ୍ଠାନ ଅରୁଣା ର ଦେବୀଦତ୍ତ ରଥ, ବ୍ଲକ ର ମହିଳା ପରିଦର୍ଶିକା ସଂଜୁଲାତା ପାଣିଗ୍ରାହୀ, ଭାଗ୍ୟଲତା ପାତ୍ର, ଶାନ୍ତିଲତା ଶତପଥୀ ଓ ମମତା ପଣ୍ଡା ପ୍ରମୁଖ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here