ମହିଳାଙ୍କୁ ରୋଜଗାରକ୍ଷମ ଓ ଆତ୍ମ ନିର୍ଭରଶୀଳ କରିବା ପାଇଁ ନାବାର୍ଡ ପକ୍ଷରୁ ପ୍ରଶିକ୍ଷଣ ଶିବିର

0
245

ବ୍ରହ୍ମପୁର,୨୫/୦୩/୨୦୨୧:ନାବାର୍ଡ ପକ୍ଷରୁ ମହିଳାଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ମହିଳାଙ୍କୁ ରୋଜଗାରକ୍ଷମ ଓ ଆତ୍ମ ନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ନର୍ବାର୍ଡ ସହାୟତା କ୍ରମେ ସାମାଜିକ ଅନୁଷ୍ଠାନ ଆଦର୍ଶ ଆନୁକୂଲ୍ୟରେ ଏକ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଶ୍ୱନାଥପୁର ପଞ୍ଚାୟତ ହରଡ଼ଙ୍ଗ ଗ୍ରାମରେ ଏଲଇଡିପି ଯୋଜନାରେ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି।ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ନାବାର୍ଡ ଡିଡିଏମ ସୁମନ ସୌରଭ ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।ଏଥି ସହିତ ମହିଳାଙ୍କୁ ଉଦ୍ୟେlଗ ପ୍ରତିଷ୍ଠା ପାଇଁ ତାଲିମ୍ ଶିବିର ମାଧ୍ୟମରେ ସଶକ୍ତ କରିବା ସହିତ ଆତ୍ମନିର୍ଭରଶୀଳ ମାର୍ଗ ଦେଖାଇବା ଏହାର ମୂଳ ଉଦେଶ୍ୟ ବୋଲି କହିଥିଲେ।ସେହିଭଳି ଅନ୍ୟତମ ଅତିଥି ଭାବେ ରଙ୍ଗେଈଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିନାଥ ବାଲାଜୀ ସାମନ୍ତରାୟ,ବ୍ଲକ ଜିପିଏମ ଅଜୟ କୁମାର ଦାସ,ଅବସରପ୍ରାପ୍ତ ଆଇପିଓ ଉମାଚରଣ ପାତ୍ର,ପ୍ରାଧ୍ୟାପକ ଲୋକନାଥ ପରିଡା,ଗୋଳନ୍ଥରା ଆଇଓବି ବ୍ୟାଙ୍କ ମ୍ୟାନେଜର ନାୟକ ବାବୁ,ସରପଞ୍ଚ ବାସନ୍ତୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠା କରି ନିଜର ଦକ୍ଷତା ପ୍ରତିପାଦନ କରିଲେ କାର୍ଯ୍ୟକ୍ରମ ଲକ୍ଷ୍ୟ ଓ ଉଦେଶ୍ୟ ସଫଳ ହେବ ବୋଲି ଉପସ୍ଥିତ ଅତିଥି କହିଥିଲେ।ନାବାର୍ଡ ପକ୍ଷରୁ ବ୍ଲକର ୧୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୯୦ ମହିଳାଙ୍କୁ ତିନୋଟି ପର୍ଯ୍ୟାୟରେ ତାଲିମ୍ ପ୍ରଦାନ କରାଯିବ ଏବଂ ଅଧିକ ଜ୍ଞାନ ଆହରଣ ନିମନ୍ତେ ଏକ୍ସପୋଜର ଭିଜିଟ କାରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ଏଥିରେ ସତ୍ୟନାରାୟଣ ମିଶ୍ର ଓ ସୁରଜିତା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here