ଶେରଗଡ ବ୍ଳକ ଅଙ୍ଗନବାଡିକର୍ମୀ ଙ୍କ ଜିଲ୍ଲା ପ୍ରଶାସନ କୁ ୨୨ଦଫା ଦାବି ପତ୍ର ପ୍ରଦାନ

0
186

ଶେରଗଡ,୨୫/୦୩/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ବିଭିନ୍ନ ଅବ୍ଯବସ୍ଥା ଓ ଅସୁବିଧା ଘେରରେ କାର୍ଯ୍ୟ କରୁଥିବା ଶେରଗଡ ବ୍ଲକ ର ଅଙ୍ଗନବାଡିକର୍ମୀ ମାନେ ବିଭିନ୍ନ ଦାବି ନେଇ କୋଭିଟ କଟକଣା ନିୟମ ମାନି ଏକ ପ୍ରତିନଧିଦଳ ଶେରଗଡ ଯାଇ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ୨୨ଦଫା ଦାବିପତ୍ର ସିଡିପିଓ, ବିଡିଓ, ତହସିଲଦାର ଓ ସି ହେଚ ସି ଚିକିତ୍ସା ଅଧିକାରୀ ଙ୍କୁ ଦେଇଛନ୍ତି।ଦାବି ଗୁଡିକ ମଧ୍ୟରେ ବକେୟା ପାରିଶ୍ରମିକ ଓ ନିୟମିତ ପ୍ରତି ମାସ ରେ ପାରିଶ୍ରମିକ ପ୍ରଦାନ, କେନ୍ଦ୍ର ରେ ଖାଦ୍ୟ ରନ୍ଧନ ପାଇଁ ପ୍ରତି ମାସରେ ବଡ ଗ୍ଯାସସିଲିଣ୍ଡର ଯୋଗାଣ, ବକେୟା ଘରଭଡା ପ୍ରଦାନ,କରୋନା ସମୟ କାର୍ଯ୍ୟର ପାଉଣା,ସ୍ୱାସ୍ଥ୍ୟ ତଥା ବିଭିନ୍ନ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଅର୍ଥ ପ୍ରାପ୍ତି ପ୍ରମୁଖ ଦାବି ଅନ୍ତର୍ଭୁକ୍ତ ରହିଛି ।ଆସନ୍ତା ୧୫ଦିନ ମଧ୍ଯ ରେ ଏହି ସବୁ ଦାବି ପୂରଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କୁ ବ୍ଯାପକ କରାଯିବ ବୋଲି ଅଲ ଓଡିଶା ଅଙ୍ଗନବାଡିକର୍ମୀ ଓ ଲେଡିଜ ୱାର୍କରସ ଏସୋସିଏସନ ଶେରଗଡ ବ୍ଲକ ଶାଖା ପକ୍ଷରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ କୁ ସୂଚନା ଦିଆଯାଇଛି ।ଆଜି ସଭାପତି ରଞ୍ଜିତା ରଥ, ଭାରତୀ ଆଚାରୀ,ପୁଷ୍ପାଞ୍ଜଳି ପଣ୍ଡା,ରୁନୁ ପ୍ରଧାନ, ପ୍ରମିଳା ଚୌଧୁରୀ, ବବି ଜେନା, ସନ୍ତୋଷୀ ସ୍ୱାଇଁ,ବାସନ୍ତୀ ବେହେରା, ଲକ୍ଷ୍ମୀପ୍ରିୟା ପାଢି,ଜୟନ୍ତୀଲତା ନନ୍ଦ ପ୍ରମୁଖ ନେତୃତ୍ୱ ନେଇଥିଲେ ।ତେବେ ଏହି ଦାବି ମଧ୍ୟରୁ କେତକଦାବି ଗତକାଲି ପୂରଣ କରାଯାଇଥିବାରୁ ଏଥିରେ ଏସୋସିଏସନ କର୍ମକର୍ତ୍ତା ମାନେ ସିଡିପିଓ, ବିଡିଓ ଏବଂ ତହସିଲଦାର ଙ୍କୁ ଧନ୍ଯବାଦ୍ ଓ କୃତଜ୍ଞତା ଜଣାଇବା ସହ ଅନ୍ୟ ଦାବି ଗୁଡିକ ତୁରନ୍ତ ପୂରଣ ଦିଗରେ ସହାୟତା କରିବାକୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here