0
208

ବୁଗୁଡା, ୨୭/୦୩/୨୦୨୧:ବୁଗୁଡା ବାର ଆସୋସିଏସନ ନିର୍ବାଚନରେ ମୁଖ ଚାରିଗୋଟି ପଦବୀ ପାଇଁ ଦ୍ଵିମୁଖୀ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ହର ପ୍ରସାଦ ଦାସ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସୁଶାନ୍ତ କୁମାର ଡାକୁଆ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ମୋଟ ୫୧ ଜଣ ସଦସ୍ୟଙ୍କ ମଧ୍ୟରୁ ୪୯ ଜଣ ଭୋଟ ଦାନରେ ଅଂଶ କରିଥିଲେ । ନବ ନିର୍ବାଚିତ ସଭାପତି ହର ପ୍ରସାଦ ଦାଶ ୩୧ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦି ବନମାଳୀ ମହାରଣା ୧୮ ଖଣ୍ଡ ଭୋଟ ପାଇଛନ୍ତି। ଉପସଭାପତି ଭାବେ ନିର୍ବାଚିତ ପ୍ରକାଶ ଚନ୍ଦ୍ର ଆରୁଖ ୩୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ରାଜ କିଶୋର ଦାଶ ୧୯ ଖଣ୍ଡ ଭୋଟ ପାଇଛନ୍ତି। ସମ୍ପାଦକ ଭାବେ ସୁଶାନ୍ତ କୁମାର ଡାକୁଆ ୨୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ସୁଜିତ କୁମାର ସ୍ୱାଇଁ ୨୦ ଖଣ୍ଡ ଭୋଟ ପାଇଛନ୍ତି। ସୀମାଞ୍ଚଳ ନନ୍ଦ ୩୦ ଖଣ୍ଡ ଭୋଟ ପାଇ ସହସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ସନ୍ତୋଷ କୁମାର ଜେନା ୧୯ ଖଣ୍ଡ ଭୋଟ ପାଇଛନ୍ତି। କୋଷାଧ୍ୟକ୍ଷ ମାନସ ରଞ୍ଜନ ଦାଶ ଏବଂ କାର୍ଯ୍ୟକାରୀ କମିଟି ସଭ୍ୟ ଅନିଲ କୁମାର ପଟ୍ଟନାୟକ ଓ ମନୋଜ କୁମାର ପାଣିଗ୍ରାହୀ ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଭାବେ ସତ୍ୟ ନାରାୟଣ ମିଶ୍ର ଓ ଟି.ସୁଦର୍ଶନ ପାତ୍ର ନିର୍ବାଚନ ପରିଚାଳନା କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here