ଶେରଗଡ,୩୧/୦୩/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଶେରଗଡ ବ୍ଳକର ବାକିଲିକଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବସନ୍ତ କୁମାର ଦାସ ଙ୍କ ସଭାପତିତ୍ୱ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ମୂଖ୍ୟବକ୍ତା ରୂପେ ସରପଞ୍ଚ ରାମକୃଷ୍ଣ ପଲେଇ, ସିଆରସିସି ବିଜୟ କୁମାର ଦାଶ, ଉପସଭାନେତ୍ରୀ ଭାଗ୍ୟଲତା ମହାରଣା ଯୋଗ ଦେଇ ୧୮୧ଜଣ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ଜୋତା ବିତରଣ କରିଥିଲେ ।ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ରଥ ଉତ୍ସବ ରେ ପ୍ରଦୀପ ପ୍ରଜ୍ବଳିତ କରି ସ୍ୱାଗତ ଭାଷଣ ଦେଇଥିଲେ ।ଉତ୍ସବ ରେ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସଭ୍ଯା ଶିକ୍ଷକ ଶିକ୍ଷୟତ୍ରୀ ଓ ସମେତ ସ୍ଥାନୀୟ ବହୁ ଗ୍ରାମବାସୀ କୋଭିଡ ଗାଇଡ ଲାଇନ୍ ଅନୁସରଣ କରି ଉତ୍ସବ ରେ ଉପସ୍ଥିତ ଥିଲେ ।






