ସାନଖେମୁଣ୍ଡି ଆଇ ସି ଡି ଏସରେ ବ୍ଲକ୍ ସ୍ତରୀୟ ନିର୍ଭୟାକଢି ସଚେତନତା ରାଲି ଅନୁଷ୍ଠିତ ।

0
238

ବ୍ରହ୍ମପୁର,୩୦/୦୩/୨୦୨୧: ସାନଖେମୁଣ୍ଡି ସମନ୍ଵିତ ଶିଶୁ ବିକାଶ ସେବା ପ୍ରକଳ୍ପ ଆନୁକୁଲ୍ୟରେ ଗତକାଲି ମଙ୍ଗଳବାର ସକାଳେ ଏକ ବ୍ଲକ୍ ସ୍ଥରୀୟ ନିର୍ଭୟାକଢି ସଚେତନତା ରାଲିର ଆୟୋଜନ ହୋଇଯାଇଅଛି । ମହିଳା ସଶକ୍ତକରଣ ସହ ,କନ୍ୟାଭ୍ରୂଣ ହତ୍ୟା , ମହିଳାଙ୍କ ପ୍ରତି କରାଯାଉଥିବା ହିଂସା ଜନିତ ଘଟଣା , ବାଲ୍ୟ ବିବାହ , ନାରୀ ଶିକ୍ଷା ସହିତ ନାରୀ ସୁରକ୍ଷା ଓ ସମାନତା ଆଦି ବିଷୟର ସଚେତନତା ନେଇ ନିର୍ଭୟକଢ଼ୀ ଓ ବେଟି ପଢାଓ ବେଟି ବଚାଓ ଅଭିଯାନ ଅନ୍ତର୍ଗତରେ ହୋଇଥିବା ଏହି ସଚେତନତା ରାଲିରେ ସେକ୍ଟର ଅନ୍ତର୍ଗତ ସୂପରଭାଇଜର , ଅଙ୍ଗନୱାଡ଼ି କର୍ମୀ , କିଶୋରୀ ବାଳିକା , ସଂଚୟିକ ସଂଘ ମାତୃ ମଣ୍ଡଳୀ ସାମିଲ୍ ହୋଇ ଅଂଶ ଗ୍ରହଣ କରିଥିଲେ । ପ୍ରକଳ୍ପ କାର୍ଯ୍ୟାଳୟରୂ ସି ଡି ପି ଓ ଶ୍ରୀମତୀ ଅର୍ଚ୍ଚନା କହଁରଙ୍କ ତତ୍ତ୍ଵାବଧାନରେ ସଚେତନତା ଧର୍ମୀ ପ୍ଲାକାର୍ଡ ଧରି ଆନୁଷଙ୍ଗିକ ସ୍ଲୋଗାନ ଦେଇ ସଚେତନତା ରାଲି ମାଧ୍ୟମରେ ବ୍ଲକ ମୁଖ୍ୟାଳୟ ଗ୍ରାମ ପରିକ୍ରମା କରାଯାଇଥିଲା ।

ପଥପ୍ରାନ୍ତ ସଭା ଅାୟୋଜନ କରାଯାଇ ଗ୍ରାମୀଣ ମହିଳାଙ୍କ ସଚେତନତା ଉଦ୍ଧେଶ୍ୟ ନେଇ ମହିଳାଙ୍କ ପାଇଁ ସରକାର କରିଥିବା ସୁଫଳ ଯୋଜନାର ଉପାଦେୟତା ସମ୍ପର୍କରେ ଅବତାରଣା କରାଯାଇଥିଲା । ସ୍ବାସ୍ଥ୍ୟ , ଶିକ୍ଷା , ଚାକିରି ଓ ରାଜନୀତି କ୍ଷେତ୍ରରେ ମହିଳାଙ୍କ ଭୂମିକାକୁ ଅବତାରଣା କରାଯାଇ ନାରୀଶିକ୍ଷା ଉପାଦେୟତା , ବାଲ୍ୟ ବିବାହର ଅପକାରିତା , କିଶୋରୀ ବାଳିକାଙ୍କ ଯତ୍ନ , ନାରୀଜାତି ପ୍ରତି ଚାଲିଥିବା ଅପ୍ରାକୃତିକ ହିଂସା ମନୋଭାବ ସହିତ ନାରୀଜାତି ପ୍ରତି ଥିବା ସମାଜର ଅସୂୟା ମନୋଭାବ ଦୂର କରିବା ନେଇ ସଚେତନା କରାଯାଇଥିଲା । ଅନୁଷ୍ଠିତ ଏହି ସଚେତନତା ରାଲିରେ ସୂପରଭାଇଜର ଅନିମା ପ୍ରଧାନ , ମାମତାଞ୍ଜଳୀ ପଣ୍ଡା , ପୁଷ୍ପଲତା ସାହୁ , ହୀରା ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here