ପାରଳାଖେମୁଣ୍ଡି,୧୦/୦୪/୨୦୨୧:ରାୟଗଡ଼ ବ୍ଳକ ଅନ୍ତର୍ଗତ ବଡ଼ ଦେଉଳା ସାଧାନା ଶିବିର ରେ ଆଖପାଖ ଗ୍ରାମ ମାନଙ୍କରୁ ପ୍ରାୟ ଶତାଧିକ ଭକ୍ତଙ୍କୁ ବଡ଼ିଆ ଓସ୍ତା ଦିବ୍ୟ ଜୀବନ ଶାଖାର ସଭାପତି ରାମ ଦାସାନନ୍ଦ ସରସ୍ଵତୀ ତାଙ୍କ ସହଯୋଗି ମନ୍ତୋଜ,ଅମିତ ଓ ପପୁନା ଉପସ୍ଥିତ ରହି ସ୍ୱାମୀ ଶିବାନନ୍ଦ ସରସ୍ଵତୀ ମହାରାଜ ଙ୍କ ଅମୂଲ୍ୟ ଉପଦେଶ ସହିତ ଦିବ୍ୟ ଜୀବନସଙ୍ଘ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କୁ ଶାସ୍ତ୍ରୀୟଗତ ଦୃଷ୍ଟାନ୍ତ ସହିତ ବୁଝାଇ ଥିଲେ ।କରୋନା ୧୯ ର ସରକାରୀ ନିର୍ଦ୍ଦେଶିତ ନିୟମ ଗୁଡ଼ିକ ଆମ୍ଭେ ନିଶ୍ଚିତ ମାନବା, ନଚେତ ପୂର୍ବ ବର୍ଷ ଭଳି ଘୋର କ୍ଷତିରେ ପଡ଼ିବା ବୋଲି କହିଥିଲେ । ଘରୁ ବାହାରିଲା ମାତ୍ରେ ମୁଖରେ ମାସ୍କ ବାନ୍ଧିବା ତଥା ଉପଯୁକ୍ତ ଦୂରତା ରକ୍ଷା କରି ଗହଳି ସ୍ଥାନମାନଙ୍କୁ ଯିବା ସହିତ ସାନିଟାଇଜର ବ୍ୟବହାର କରି ହାତ ଗୋଡ଼ ମୁହ ଧୋଇ ଘରେ ପ୍ରବେଶ କରିବାକୁ ଗୁରୁତ୍ବ ଦେଇ କରିଥିଲେ ।ସାଥିରେ ଯାଇଥିବା ଭାଇମାନେ ସୁନ୍ଦର ସୁନ୍ଦର ଭଜନ କରି ସମସ୍ତ ଙ୍କ ଉସାହ କୁ ବଢାଇଥିଲେ। ସ୍ୱାମୀ ରାମଦାସନନ୍ଦ ଙ୍କର ଏହି ଭ୍ରାମ୍ୟମାଣ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସ୍ଥାନୀୟ ସଙ୍ଗଠକ ପ୍ରଫୁଲ୍ଲ କୁମାର ମହାନ୍ତି ଓ ରାଜଶେଖର ଚୌଧରୀ ସାଧୁ ବାଦ ଜଣାଇ ଥିଲେ। କରଡା ସିଂ , କୁଜାସିଂ ଓ ରାୟଗଡ଼ ସଙ୍ଗ ଶାଖାର ଭକ୍ତ ମାନେ ମଧ୍ୟ ନିଜ ନିଜ ଶାଖା ମାନଙ୍କୁ ସ୍ୱାମୀଜୀ ଙ୍କୁ ନେଇ ପ୍ରବଚନ କରାଇଥିଲେ। ଦିବ୍ୟ ଜୀବନ ସଙ୍ଗର ମୂଳ ନିତୀ ଯଥା ସେବା, ପ୍ରେମ,ଧ୍ୟାନ ଓ ମୁକ୍ତି ଉପରେ ବିଭିନ୍ନ ପୌରାଣିକ ଉପାଖ୍ୟାନ ମାନ ସ୍ୱାମୀଜୀଙ୍କୁ ଆଣି ଶୁଣାଇ ଥିବାରୁ ପାରଳାଖେମୁଣ୍ଡି ପଶ୍ଚିମାଞ୍ଚଳ ଦିବ୍ୟ ଜିଲ୍ଲା ତରଫରୁ ଉଭୟ ସଙ୍ଗଠକ ପ୍ରଫୁଲ କୁମାର ମାହାନ୍ତି ଓ ରାଜ ଶେଖର ଭାଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା
Home ବ୍ରହ୍ମପୁର ସ୍ପେଶାଳ ଗଜପତିରେ ବଡିଆଉସ୍ତା ଦିବ୍ୟ ଜୀବନ ସଙ୍ଘର ଆଧ୍ୟ୍ୟାତ୍ମକ ଓ କରୋନା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ





