କୃଷକ ଓ ବହୁଜନଙ୍କ ପକ୍ଷରୁ ଭଞ୍ଜନଗର ଠାରେ ସମ୍ବିଧାନ ବଞ୍ଚାଅ ଦିବସ ପାଳନ

0
116

ଭଞ୍ଜନଗର,୧୪/୦୪/୨୦୨୧: ସମ୍ବିଧାନର ପ୍ରଣେତା ବାବା ସାହେବ ଡ଼ଃ ଭିମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ କୃଷକ ବହୁଜନ ଏକତ୍ରିତ ହୋଇ ଭଞ୍ଜନଗର ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ସମ୍ବିଧାନର ମୂଖବନ୍ଧ କୁ ପଠନ କରି ଗଣତନ୍ତ୍ର ର ସୁରକ୍ଷା ପାଇଁ ଶପଥପାଥ ଗ୍ରହଣ କରିଥିଲେ । ଅଲ ଓଡିଶା ଏସି/ ଏସଟି ଶିକ୍ଷକ କଲ୍ୟାଣ ମହାସଂଘ ର ସଭାପତି ବଂଶୀଧର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ତଥା କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ସମ୍ବିଧାନର ସୁରକ୍ଷା ପାଇଁ ୩ଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିବା, ଶ୍ରମିକ ବିରୋଧୀ ଶ୍ରମ କୋଡ, ରାଷ୍ଟ୍ରାୟତ ସଂସ୍ଥାର ଘରୋଇକରଣ ନୀତି ଏବଂ ଗଣତନ୍ତ୍ରର ବିରୋଧୀ ଫାସିବାଦ ବିରୁଦ୍ଧରେ ସଂଘର୍ଷ କରି ଗଣତନ୍ତ୍ରର ସୁରକ୍ଷା ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ । ଜାତି ବିଲୋପ ଆନ୍ଦୋଳନ କୁ ଜୋରଦାର କରିବା ସହ ଭୁସଂସ୍କାର ଆଇନ କାର୍ଯ୍ୟକାରୀ କରିବା ପାଇଁ ଦାବି ରଖିଛନ୍ତି । ଭଞ୍ଜନଗର ଠାରେ ତୁରନ୍ତ ବାବା ସାହେବ ଆମ୍ବଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରଶାସନ ପାଖରେ ଦାବି ଉପସ୍ଥାପନ କରିଛନ୍ତି। ଏଥିରେ ଆଦିବାସୀ ଭାରତ ମହାସଭାର ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଗୋପାଳ କୃଷ୍ଣ ମଲ୍ଲିକ, ସୁରେନ୍ଦ୍ର ଜାନି, ଦଣ୍ଡପାଣି ଜାନି, ଶ୍ୟାମ ଜାନି, ଭଞ୍ଜନଗର ଓକିଲ ସଂଘର ପୂର୍ବତନ ସଭାପତି ଅଭିମନ୍ୟୁ ଗୌଡ, ଅଲ ଓଡିଶା ଏସି/ଏସଟି ଶିକ୍ଷକ କଲ୍ୟାଣ ମହାସଂଘ ର ଉପସଭାପତି ଡି ରାଓ୍ବନାମା, ଗୋକୁଳ ଚନ୍ଦ୍ର ମଲ୍ଲିକ, ବଂଶୀଧର ଦାଣ୍ଡିଆ, କୈଳାସ ଚନ୍ଦ୍ର ନାୟକ, ଅନିଲ ନାୟକ, ବିଦେଶୀ କୁମାର ବିଷୋଇ, ପ୍ରଦୀପ କୁମାର ନାୟକ, ଅନ୍ତର୍ଯ୍ୟାମୀ ନାୟକ, ଧବଳେଶ୍ବର ନାୟକ, ଭଞ୍ଜକିଶୋର ପ୍ରଧାନ ଆଦି ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here