ବ୍ରହ୍ମପୁର, କୁକୁଡାଖଣ୍ଡି,୧୯/୦୪/୨୦୨୧ ( ଟୁକୁନା ପ୍ରଧାନ):- ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଳକ ଅନ୍ତର୍ଗତ ନାଇଡୁପଲ୍ଲୀ ନିକଟରେ ଥିବା କ୍ରସରରେ ବିସ୍ଫୋରଣ । ଉକ୍ତ ବିସ୍ପୋରଣରେ ଦୁଇ ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ୩ ରୁ ଉର୍ଦ୍ଧ୍ବ ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଏସପି ପିନାକ ମିଶ୍ର ଓ ସଦର ଥାନା ପୁଲିସ୍ ଓ କୁକୁଡ଼ାଖଣ୍ଡି ତହସିଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର , ସଦର ଏସଡିପିଓ ଜୟନ୍ତ ମହାପାତ୍ର ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ବିସ୍ଫୋରକ ଗଚ୍ଛିତ ଥିବା ବେଳେ ବିସ୍ଫୋରଣ ହୋଇଥିବା ସୂଚନା । କୁକୁଡାଖଣ୍ଡି ମେଡିକାଲ ଏବଂ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ସରପଞ୍ଚ ଙ୍କ ସୂଚନା । ଏ ବିସ୍ପୋରଣରେ ସନ୍ତୋଷ କୁମାର ଓ ସୁରେଶ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୀପକ ପାତ୍ର, ସାଇ ଗୋପାଳ ଏବଂ ସୁଶାନ୍ତ ପଣ୍ଡା ଆହାତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଘଟଣାର ତଦନ୍ତ ଚାଲିଛି । ତଦନ୍ତ ପରେ ଆବଶ୍ୟକ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।





