Home ବ୍ରହ୍ମପୁର ସ୍ପେଶାଳ ପିପୁଲସ କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପାଠ୍ୟଚକ୍ର

ପିପୁଲସ କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପାଠ୍ୟଚକ୍ର

0
3

ବୁଗୁଡ଼ା, ୨୮/୦୭ : ବୁଗୁଡ଼ା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଏକ ପାଠ୍ୟଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସିପାଲ ଭଗବାନ ଶତପଥୀ ଅଧ୍ୟକ୍ଷତା କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭାଗୀୟ ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ପାଠ୍ୟଚକ୍ରର ଆଲୋଚ୍ୟ ଶୀର୍ଷକ ଉପସ୍ଥାପନ କରିଥିଲେ। ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା “ଏକବିଂଶ ଶତାବ୍ଦୀରେ ରାଜନୀତି ବିଜ୍ଞାନ : ପ୍ରାସଙ୍ଗିକତା, ଆହ୍ୱାନ ଓ ଭବିଷ୍ୟତ ସମ୍ଭାବନା”। ଏହି କାର୍ଯ୍ୟକ୍ରମରେ କେନ୍ଦୁପଦର ସ୍ଥିତ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ପ୍ରିନ୍ସିପାଲ ଅମର ପ୍ରସାଦ ବିଷୋୟୀ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। କଲେଜର ଭାଇସପ୍ରିନ୍ସିପାଲ ହରେକୃଷ୍ଣ ନାୟକ ସାମ୍ପ୍ରତିକ ସମୟରେ ରାଜନୀତି ବିଜ୍ଞାନର ଗୁରୁତ୍ୱ ଓ ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ବିଭାଗର ଅନ୍ୟତମ ଅଧ୍ୟାପକ ଲୋକନାଥ ବେହେରା କୃତ୍ରିମ ବୁଦ୍ଧିମତା କିପରି ରାଜନୀତି ବିଜ୍ଞାନକୁ ପ୍ରଭାବିତ କରୁଛି ସେ ସମ୍ପର୍କରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ବିଭାଗର ଛାତ୍ରଛାତ୍ରୀ ସୋମିତ ପରିଡ଼ା, ଶ୍ରଦ୍ଧାଞ୍ଜଳି ବେହେରା ଓ ଦିପ୍ତିମୟୀ ଡାକୁଆ ପାଠଚକ୍ରର ସନ୍ଦର୍ଭ ପାଠ କରିଥିଲେ। ସନ୍ଦର୍ଭ ପାଠ ପରେ ସାମ୍ପ୍ରତିକ ବିଷୟବସ୍ତୁକୁ ନେଇ ଏକ ମୁକ୍ତ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଦ୍ୱିତୀୟ ବର୍ଷର ଛାତ୍ରୀ ପୁଷ୍ପିତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!