ଅଙ୍ଗନବାଡିକର୍ମୀ ଓ ଉପଜିଲ୍ଲାପାଳ ଙ୍କ ମଧ୍ୟ ରେ ଆଲୋଚନା ବିଫଳ

0
173

ଶେରଗଡ,୨୨/୦୪/୨୦୨୧(ଡାକ୍ତର ହୃଷୀକେଶମହାନ୍ତି)ଗତବର୍ଷ ବିଭିନ୍ନ କୋଭିଟ କେନ୍ଦ୍ର ରେ କାର୍ଯ୍ୟ କରିଥିବା ବକେୟା ପ୍ରାପ୍ଯ ପାଇନଥିବାରୁ ଓ କୋଭିଟ କାର୍ଯ୍ୟ କରି ମୃତ୍ଯୁ ବରଣ କରିଥିବା ତିନି ଜଣ ଅଙ୍ଗନବାଡିକର୍ମୀ ଙ୍କୁ କୋଭିଟ ଯୋଦ୍ଧା ପାଇଁ ସରକାର ଙ୍କ ଦ୍ୱାରା ଘୋଷିତ ଆର୍ଥିକ ସହାୟତା ପ୍ରଦାନ କରିନଥିବାରୁ ଗତକାଲି ଠାରୁ ଜିଲ୍ଲା ରେ ଆରମ୍ଭ ହୋଇ ଥିବା ସ୍କ୍ରିନି କାର୍ଯ୍ୟକ୍ରମ କୁ ଅଲ୍ ଓଡିଶା ଅଙ୍ଗନବାଡି ଓ ଲେଡିଜ ୱାର୍କରସ ଏସୋସିଏସନ ଗଞ୍ଜାମ ୟୁନିଟ ବର୍ଜନ କରିଛି ।ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଶେରଗଡ ତହସିଲଦାର ଙ୍କ କାର୍ଯ୍ୟାଳୟ ଠାରେ ଶେରଗଡ ଶାଖା ଅଙ୍ଗନବାଡିକର୍ମୀ ଏସୋସିଏସନ କର୍ମକର୍ତ୍ତା ମାନଙ୍କୁ ଡାକି ସେମାନଙ୍କ ଦାବି ସଂପର୍କରେ ଆଲୋଚନା କରିଥିଲେ ।କିନ୍ତୁ ଉପଜିଲ୍ଲାପାଳ ସନ୍ତୋଷ ଜନକ ଉତ୍ତର ଦାବି ପୂରଣ ପାଇଁ ଦେଇନପାରିବାରୁ ଆଲୋଚନା ବିଫଳ ହୋଇଥିବା ଜଣାପଡିଛି ।ଫଳରେ ଗଞ୍ଜାମ ଜିଲ୍ଲା ରେ କୋଭିଟ ଯାଂଚ ପ୍ରକ୍ରିୟା ସୁଚାରୁରୂପେ ହୋଇ ନପାରି ବାଧା ସୃଷ୍ଟି ହୋଇଛି ।ତୁରନ୍ତ ଗଞ୍ଜାମ ଜିଲ୍ଲାପାଳ ଅଙ୍ଗନବାଡିକର୍ମୀ ଙ୍କ ଘୋଷିତ ପ୍ରାପ୍ଯ ପ୍ରଦାନ ସହ ଦାବି ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।ଏହି ଆଲୋଚନା ବୈଠକ ରେ ଶେରଗଡ ତହସିଲଦାର ଦୟାସିନ୍ଧୁ ପରିଡା ଉପସ୍ଥିତ ଥିଲେ ।ଏହି ବୈଠକରେ ରେ ସଭାନେତ୍ରୀ ରଞ୍ଜିତା ରଥ, ସଂପାଦିକା ଭାରତୀ କୁମାରୀ ଆଚାରୀ ,ଉପଦେଷ୍ଟା ପୁଷ୍ପାଞ୍ଜଳି ପଣ୍ଡା, ଉପସଭାନେତ୍ରୀ ରୁନୁ ପ୍ରଧାନ, କୋଷାଧ୍ୟକ୍ଷ ସ୍ୱର୍ଣଲତା ମହାରଣା, ସେକ୍ଟର ଲିଡର ଜୟନ୍ତିଲତା ନନ୍ଦ, ସନ୍ତୋଷୀ ସ୍ୱାଇଁ, ବାସନ୍ତି ବେହରା,ପୁଷ୍ପାଞ୍ଜଳି ପାତ୍ର୍, ଲକ୍ଷ୍ମୀପ୍ରିୟା ପାଢି ପ୍ରମୁଖ ଅଂଶଗ୍ରହଣ କରି ଥିଲେ

LEAVE A REPLY

Please enter your comment!
Please enter your name here