ଶେରଗଡ,୨୧/୦୪/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଆଜିଠାରୁ ଅଙ୍ଗନବାଡି କର୍ମୀମାନେ ଘର କୁ ଘର ଯାଇ ସ୍କ୍ରିନି କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସଂଘ ପକ୍ଷରୁ ଏହାକୁ ବର୍ଜନ କରିଛନ୍ତି ।ଗତବର୍ଷ କୋଭିଟ ସମୟରେ କୋଭିଟ କେୟାର କେନ୍ଦ୍ର ରେ କାର୍ଯ୍ଯ କରିଥିବା ଓ ସ୍କ୍ରିନିଂ ର ପ୍ରାପ୍ଯ ପ୍ରଦାନ କରିନଥିବାରୁ ଏବଂ କରୋନା ସେବା କାର୍ଯ୍ୟ କରି ଭାରତୀ ସ୍ୱାଇଁ, ପ୍ରିୟଙ୍କା ପ୍ରଧାନ ଓ ଏମ୍ ମାଙ୍କାମାଁ କୋଭିଟ ରେ ସହିଦ ହୋଇଥିଲେ ମଧ୍ୟ ସରକାର ଙ୍କ ଘୋଷିତ ଅର୍ଥ ଏଯାଏଁ ପ୍ରଦାନ କରାଯାଇନଥିବାରୁ ଏହାର ପ୍ରତିବାଦ କରି ଏସୋସିଏସନ ପକ୍ଷରୁ ଶେରଗଡ ବ୍ଲକ ତଥା ଜିଲ୍ଲା ସଭାନେତ୍ରୀ ରଞ୍ଜିତା ରଥ ଓ ସଂପାଦିକା ମଞ୍ଜୁବାଳା ପାଣିଗ୍ରାହି ଏବଂ ଭାରତୀୟ ମଜଦୂର ସଂଘ ସଂପାଦକ ଗୌରୀପ୍ରସାଦ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ଦେଇଥିଲେ ମଧ୍ୟ ତାହା ଏହା ପର୍ଯ୍ଯନ୍ତ ପୂରଣ ହୋଇ ନଥିବାରୁ ଏହି ସ୍କ୍ରିନିଂ କାର୍ଯ୍ୟ କୁ ଏସୋସିଏସନ ପକ୍ଷରୁ ବର୍ଜନ କରିବାକୁ ବାଧ୍ୟ ହୋଇଛନ୍ତି ।
Home ବ୍ରହ୍ମପୁର ସ୍ପେଶାଳ ଅଲ୍ ଓଡିଶା ଅଙ୍ଗନବାଡି ଓ ଲେଡିଜ ୱାର୍କରସ ଏସୋସିଏସନ ପକ୍ଷରୁ ସ୍କ୍ରିନିଂ କାର୍ଯକ୍ରମ ବର୍ଜନ।