ପାନୀୟ ଜଳ ଯୋଗାଣ ନେଇ ସମୀକ୍ଷା କଲେ ବିଧାୟକ ।

0
158

ପୋଲସରା,୨୨/୦୪/୨୦୨୧: ପୋଲସରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମର ପାନୀୟ ଜଳ ଯୋଗାଣ ନେଇ ପୋଲସରା ପୂର୍ତ୍ତବିଭାଗର ଡାକ ବଙ୍ଗଳାରେ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ଏପ୍ରିଲ ୨୨ ତାରିଖ ଦିନ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଭଞ୍ଜନଗର ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର କର, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ତୁଷାର କୁମାର ସାହୁ, ପୋଲସରା ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠୀ, ବୁଗୁଡା କନିଷ୍ଠ ଯନ୍ତ୍ରୀ ଏ.ରାମା ରାଓ ପ୍ରମୁଖ ଯୋଗଦେଇଥିଲେ। ଆଗକୁ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ପାନୀୟ ଜଳ ଯୋଗାଣ ଯେପରି ଅସୁବିଧା ନହୁଏ ସେ ନେଇ ଆଲୋଚନା ହୋଇଥିଲା। ନୂତନ ଭାବେ ଶତ ପ୍ରତିଶତ ଘରକୁ ପାନୀୟ ଜଳଯୋଗାଣ ପ୍ରକଳ୍ପ ଗୁଡିକ ତୁରନ୍ତ ଶେଷ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସାହୁ ଓ ସମସ୍ତ ଯନ୍ତ୍ରୀ ଉସ୍ଥାପଡା ଓ ମଥୁରା ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଯାଇ ଅନୁଧ୍ୟାନ କରି ଫେରିଥିଲେ।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here