ଶ୍ରୀ ଜଗନ୍ନାଥ ଏଜୁକେସନାଲ ଏବଂ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦୃଷ୍ଟି ହୀନ ବିଦ୍ୟାଳୟ ରେ ଖାଦ୍ୟ ବଣ୍ଟନ

0
276

ବ୍ରହ୍ମପୁର,୨୪/୦୪/୨୦୨୧:
ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ବ୍ରାହ୍ମଣଛାଇ ଗ୍ରାମର ଶ୍ରୀ ଜଗନ୍ନାଥ ଏଜୁକେସନାଲ ଏବଂ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନ୍ଧପସରା ରୋଡ ଦୃଷ୍ଟିହୀନ ବିଦ୍ୟାଳୟ ରେ ଚକ୍ଷୁ ହୀନ ପିଲାମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି।ଟ୍ରଷ୍ଟ ର ଅଧିକ୍ଷ ଶ୍ରୀ ଶଙ୍କର ପୃଷ୍ଟି , ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଦିପ୍ତିମୟୀ ପୃଷ୍ଟି , ସମାଜସେବୀ ବିକ୍ରମ କୁମାର ଜେନା,ସାମ୍ବାଦିକ ତଥା ଯୁବ ସଂଗଠନ ବାଲ୍ମୀକି ବିଷୋୟୀ, ମାଧବ ଚନ୍ଦ୍ର ଜେନା ଉପସ୍ଥିତ ରହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମକୁ ଅତି ସୁଚାର ରୂପେ ତୁଲାଇଥିଲେ।ଆଗାମୀ ଦିନରେ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରକାର ସାମାଜର ଜନ କଲ୍ୟାଣ କାର୍ଯ୍ୟ
କରିବା ସହ ଗରିବ ଆଦିବାସୀ ଓ ହରିଜନ ପିଲାଙ୍କ ଶିକ୍ଷାର ବିକାଶ ଏବଂ ବେକାର ସମସ୍ୟାକୁ ଦୂର କରିବା ନିମନ୍ତେ ଟ୍ରଷ୍ଟ ପକ୍ଷରୁ ପ୍ରୟାସ ଜାରି ରହିବ। ଆସନ୍ତା ଦିନରେ କୋରନା ସଂକ୍ରମଣ କୁ ଦେଖି ରକ୍ତ ଭଣ୍ଡାରର ରକ୍ତ ଅଭାବକୁ ଦୂର କରିବା ନିମନ୍ତେ ଏକ ରକ୍ତଦାନ ଶିବିରର କାର୍ଯ୍ୟକ୍ରମ ମଧ୍ୟ କରାଯିବାର ସୂଚନା ରହିଛି ବୋଲି ଶ୍ରୀ ଶଙ୍କର ପୃଷ୍ଟି କହିଥିଲେ।

LEAVE A REPLY

Please enter your comment!
Please enter your name here