ଭୁବନେଶ୍ବର, ୨୫.୦୪.୨୦୨୧, ଖୋର୍ଦ୍ଧା ଜିଲ୍ଲା ର ଆରମ୍ଭ ଏବଂ ଗଞ୍ଜାମ ଜିଲ୍ଲାର ଶେଷ ସୀମାରେ ଥିବା ଶାଳିଆ ଡ୍ୟାମ ର ମା ଡୋମଣି ମନ୍ଦିର ନିକଟ ପମ୍ପ ହାଉସ ନିକଟରୁ ଗତକାଲି ସନ୍ଧ୍ୟାରେ ତିନି ଜଣ ଅଜଣା ଦୁର୍ବୃତ୍ତ ବନ୍ଧୁକ ଦେଖାଇ ତ୍ରିନାଥ ପ୍ରଧାନ ଙ୍କ ଠାରୁ ୧୩ ହଜାର ଟଙ୍କା ସହ ଏ ଟି ଏମ୍ କାର୍ଡ, ପର୍ସ, ଗାଡି ଚାବି, ମୋବାଇଲ ଫୋନ ଛଡେଇ ନେଇ ବାଣପୁର ଅଭିମୁଖେ ଦ୍ରୁତ ଗତିରେ ପଳାଇ ଯାଇଥିବା ନେଇ ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ନୂଆଁଗଡ଼ ଗ୍ରାମ ର ତ୍ରିନାଥ ପ୍ରଧାନ (ମୂଷା) ଗତକାଲି ସନ୍ଧ୍ୟା ସମୟରେ ଶାଳିଆ ଡ୍ୟାମ୍ ଠାରୁ ନିଜର ବ୍ୟବସାୟୀକ କାମକରି ଘରକୁ ବାଇକ ଯୋଗେ ଏକୁଟିଆ ଫେରୁଥିବା ବେଳେ ହଠାତ୍ ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ୍ ମା ଡୋମଣି ମନ୍ଦିର ନିକଟ ପମ୍ପ ହାଉସ ନିକଟରେ ଅଙ୍ଗାରଗାଁ ପଟୁ ଗୋଟିଏ ବାଇକ ରେ ଯାଉଥିବା ଅଜଣା ମାସ୍କ ଧାରୀ ତିନି ଦୁର୍ବୃତ୍ତ ରାସ୍ତା ମଝିରେ ବାଇକ ଅଟକାଇବା ସହ ତ୍ରିନାଥ ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୧୩ ହଜାର ଟଙ୍କା, ପର୍ସ, ଦୁଇ ଗୋଟି ଏ ଟି ଏମ୍ କାର୍ଡ, ମୋବଇଲ୍ ଫୋନ୍, ବାଇକ ଚାବି ଛଡେଇ ନେଇ ଦ୍ରୁତ ଗତିରେ ବାଣପୁର ଅଭିମୁଖେ ପଳେଇ ଯାଇଥିବା ନେଇ ତ୍ରିନାଥ କହିବା ସହ ଏ ସଂକ୍ରାନ୍ତରେ ସେ ବାଣପୁର ଥାନାରେ ଗତକାଲି ରାତିରେ ଲିଖିତ ଏତଲା ଦେଇଥିବା କହିଛନ୍ତି। ଦେଖାଯାଉ ବାଣପୁର ପୋଲିସ ଦୃବର୍ତ୍ତମାନଙ୍କୁ ଧରିବା ରେ କେବେ ସକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଲା ।