ବ୍ରହ୍ମପୁର, ୨୫/୦୪/୨୦୨୧: ବ୍ରହ୍ମପୁର ସହରର ଜଣେ ଜଣାଶୁଣା ସାହିତ୍ୟିକ ଦମ୍ପତି ଭାବରେ ସୁପରିଚିତ ସ୍ବାଇଁ ଦମ୍ପତି କେବଳ ବ୍ରହ୍ମପୁର ନୁହଁ ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଶିଷ୍ଟ ସାରସ୍ବତ ଅନୁଷ୍ଠାନ ଗୁଡ଼ିକ ସହ ଜଡ଼ିତ ରହି ବେଶ ପରିଚିତ ଥିଲେ। ସ୍ବର୍ଗତ ଡାକ୍ତର ଚନ୍ଦ୍ରମଣି ସ୍ବାଇଁ ଏବଂ ସ୍ବର୍ଗତା ଜ୍ୟୋତ୍ସ୍ନାରାଣୀ ସ୍ବାଇଁ ଉଭୟ ଅନୁଷ୍ଠାନ ଗୁଡ଼ିକର କାର୍ଯ୍ୟକ୍ରମ ଯୋଗଦାନ କରି ଉତ୍ସାହିତ ଓ ସହଯୋଗ
କରି ଆସୁଥିଲେ। କିନ୍ତୁ ଅତ୍ୟନ୍ତ ଦୁଃଖର କଥା ଗତ ୩ ନଭେମ୍ବର ୨୦୨୦ରେ ସାହିତ୍ୟିକ ଡାକ୍ତର ଚନ୍ଦ୍ରମଣି ସ୍ବାଇଁଙ୍କ କରୋନା ମହାମାରୀ ରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଥିଲା। ଯାହା ଫଳରେ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଲା। ତଥାପି ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସ୍ବାଇଁ ଭାଙ୍ଗି ନ ପଡ଼ି ସ୍ବାମୀଙ୍କ ସ୍ମୃତି ବଜାୟ ରଖିବାକୁ ଚେଷ୍ଟିତ ଥିଲେ। କିନ୍ତୁ ଆଜି ଶ୍ରୀମତୀ ସ୍ବାଇଁ ଙ୍କ ଅକାଳ ବିୟୋଗରେ ତାର ଦୁଃଖଦ ଅବସାନ ଘଟିଲା ବୋଲି ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ , ଲେଖିକା ସାମ୍ମୁଖ୍ୟ ଏବଂ ଶିଶୁ ସାହିତ୍ୟ ବିକାଶ ପରିଷଦ ଦ୍ବାରା ଆୟୋଜିତ ଶୋକ ସଭାରେ ମତବ୍ୟକ୍ତ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ଓ୍ବାଟ୍ସପ ଜରିଆରେ ଆୟୋଜିତ ଶୋକ ଶ୍ରଦ୍ଧାଞ୍ଜଳି ସଭା ରେ ଲେଖକ ସାମ୍ମୁଖ୍ୟ ସଭାପତି ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଏହାକୁ ସଂଯୋଜନା କରିଥିଲେ।ଏହି ଶୋକସଭାରେ ଲେଖିକା ସାମ୍ମୁଖ୍ୟର ସଭାନେତ୍ରୀ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର ସାଧାରଣ ସମ୍ପାଦିକା ଡ଼ ସୂଚନା ପାଢ଼ୀ, ସମ୍ପାଦିକା ଜ୍ୟୋତ୍ସ୍ନାମୟୀ ପ୍ରଧାନ, ଲେଖକ ସାମ୍ମୁଖ୍ୟ ର ଉପଦେଷ୍ଟା ପ୍ରଫେସର ଡକ୍ଟର ବ୍ରଜମୋହନ ଶାସମଲ , ଲେଖକ ସାମ୍ମୁଖ୍ୟ ସାଧାରଣ ସମ୍ପାଦକ ହାଡିବନ୍ଧୁ ମାଳି, ଉପସଭାପତି ସରୋଜ କାନ୍ତ ରଥ, ଙ୍କ ସମେତ ଗୋପାଳ କୃଷ୍ଣ ପାଢ଼ୀ, ନବୀନ କୁମାର ପଟ୍ଟନାୟକ,ରାଧାଚରଣ ନାୟକ, ଭିକାରୀ ଚରଣ ମହାପାତ୍ର, ଡ଼ ଭରତ ପଣ୍ଡା, ଡ଼ ବନମାଳୀ ପାଣିଗ୍ରାହୀ, ସୁଖେନ୍ଦୁ କୁମାର ଦାସ, ଶିଶୁ ସାହିତ୍ୟ ବିକାଶ ପରିଷଦ ର ସମ୍ପାଦିକା ପ୍ରାଧ୍ୟାପିକା ଡ଼ ଜୟନ୍ତୀ ରାଣୀ ପଣ୍ଡା, ବାଇଧର ପତି,ନିତ୍ୟାନନ୍ଦ ପାଢ଼ୀ,ସୁଦାମ ପାଣିଗ୍ରାହୀ, ଶ୍ରୀମତୀ ପଦ୍ମିନୀ ମିଶ୍ର,ପ୍ରିୟମ୍ବଦା ମାଳି, ଶ୍ରୀମତୀ କୁମୁଦିନୀ ଶ୍ରୀପଲ୍ଲବ, ନୃସିଂହ ପ୍ରସାଦ ପଣ୍ଡା,ସୁଦର୍ଶନ ବିଷୋୟୀ ପ୍ରମୁଖ ଅଂଶଗ୍ରହଣ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Home ବ୍ରହ୍ମପୁର ସ୍ପେଶାଳ ସୁସାହିତ୍ୟିକା ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସ୍ବାଇଁଙ୍କ ଦେହାନ୍ତ ରେ ଆନୁଷ୍ଠାନିକ ଶୋକ ଶ୍ରଦ୍ଧାଞ୍ଜଳି