ହୁତୁହୁତୁ ହୋଇ ଜଳିଗଲା ଟ୍ରଲର, ଅଳ୍ପକେ ବର୍ତ୍ତିଗଲା ଦୋକାନ ବଜାର

0
134

ଭୁବନେଶ୍ୱର, ୨୫/୦୪/୨୦୨୧: ଜଳିଗଲା ଟ୍ରଲର୍ । ରାତିରେ ହୁହୁ ହୋଇ ଜଳିଲା । ରାଜଧାନୀର ଇନ୍ଫୋସିଟି ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି ।ଟ୍ରଲରରେ କେହି ଦୁର୍ବୁତ୍ତ ନିଆଁ ଲଗେଇ ଦେଇଥିବା ଆଶଙ୍କା କରାଯାଉଛି । ଶନିବାର ବିଳମ୍ବିତ ରାତିରେ ଟ୍ରଲରରେ କେହି ନିଆଁ ଲଗାଇ ଦେଇଥିଲେ । ଏନେଇ ତୁରନ୍ତ ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହାପରେ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ପାଖରେ ଥିବା ଦୋକନ ଗୁଡିକ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here